Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·11 months ago·1 min read
ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

Key Points

ମାନ୍ୟବର ମୁଖ୍ୟମନ୍ତ୍ରୀ ରଖିଲେ ଅଭିଭାଷଣ

ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଶ୍ଵର ଏକମାତ୍ର ସ୍ଵାଧୀନତା ଆନ୍ଦୋଳନ

ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା।

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ଏହି ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟି କମ୍ଭପପାଟି, ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ମାଝୀ ସଙ୍ଗଠିତ ଅପରାଧ ଦମନ ଓ ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, “ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତି, ଯେତେ ଶକ୍ତିଶାଳୀ ହେଉନ୍ତୁ, ଛଡ଼ାଯିବେ ନାହିଁ। ସେମାନଙ୍କ ସ୍ଥାନ ସମାଜରେ ନୁହେଁ, ଜେଲ୍‌ରେ।” ମହିଳା ସୁରକ୍ଷା ପାଇଁ ସରକାରର ‘ଶୂନ୍ୟ ସହନଶୀଳ’ ନୀତିକୁ ଜୋରଦାର କରିବା ସହ ଏଥିପାଇଁ ପୋଲିସକୁ କ୍ଷମତା ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି, ତଥାପି ଏହାକୁ ଆହୁରି ପ୍ରଭାବୀ କରିବା ପାଇଁ ପଦକ୍ଷେପ ନିଆଯିବ। ସେ ଅପରାଧ ବୃଦ୍ଧିର ମୁଖ୍ୟ କାରଣ ଭାବେ ନିଶା କାରବାରକୁ ଚିହ୍ନଟ କରି ଏହା ନିୟନ୍ତ୍ରଣ ପାଇଁ କଠୋର ବ୍ୟବସ୍ଥା ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସମାରୋହରେ ସ୍କୁଲ-କଲେଜ ଓ ପୁଲିସ ବାହିନୀର କଣ୍ଟିଜେଣ୍ଟ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Hoists National Flag at Gandhi Marg | Argus News | Argus News