chief minister / ସୁବର୍ଣ୍ଣପୁରରେ ୨୭୬ କୋଟିର ୫୮ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
·5 months ago·2 min read

Key Points
୨୭୬ କୋଟିର ୫୮ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
୧୮୪୮ ଏସ୍ଏଚ୍ଜିକୁ ୧୨୬ କୋଟିର ସୁଧମୁକ୍ତ ଋଣ
ଭୀମଭୋଇ ସମାଧି ପୀଠର ବିକାଶ ପାଇଁ ୩୫ କୋଟି
୧୮୪୮ ଏସ୍ଏଚ୍ଜିକୁ ୧୨୬ କୋଟିର ସୁଧମୁକ୍ତ ଋଣ
ଭୀମଭୋଇ ସମାଧି ପୀଠର ବିକାଶ ପାଇଁ ୩୫ କୋଟି
ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ୧୮୪୮ ସ୍ବୟଂ ସହାୟକ ଗୋଷ୍ଠି ପାଇଁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ବ୍ୟବସ୍ଥା। ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ
ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର । ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା କାର୍ଯ୍ୟକ୍ରମରେ କହିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନାକୁ ଦିଗ୍ଦର୍ଶନ ଦେଇଥିବା ସନ୍ଥକବି ଭୀମ ଭୋଇଙ୍କ ସମ୍ମାନାର୍ଥେ ତାଙ୍କ ସମାଧି ପୀଠର ବ୍ୟାପକ ବିକାଶ କରାଯିବ । ଏଥି ନିମନ୍ତେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏଥି ସହିତ ମୁଖ୍ୟମନ୍ତ୍ରୀ ୬୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏଥିରେ ମାରୁଦାଗୋଚ୍ଛା ଠାରେ ୫୫୭ କୋଟି ଟଙ୍କାରେ ନଦୀଗର୍ଭ ଜଳାଶୟ ନିର୍ମାଣ, ୧୧.୨୩ କୋଟି ଟଙ୍କାରେ ସଂସ୍କୃତି ଭବନ ଠାରେ ଓପନ୍ ଏୟାର ଥିଏଟର ନିର୍ମାଣ, ୨୫.୨୮ କୋଟି ଟଙ୍କାରେ ଗାନ୍ଧୀ ଷ୍ଟାଡିଅମର ନବୀକରଣ, ୪.୨୩ କୋଟି ଟଙ୍କାରେ ବ୍ଲକ୍ ଛକ ଜଙ୍କସନ ରୋଡ୍ର ଉନ୍ନତି କରଣ କାର୍ଯ୍ୟ ରହିଛି ।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୭୬ କୋଟି ଟଙ୍କା ମୂଲ୍ୟର ୫୮ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ୧୭୩ କୋଟି ଟଙ୍କା ବ୍ୟୟରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୦୩ କୋଟି ଟଙ୍କା ବ୍ୟୟରେ ୩୪ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏସବୁ ପ୍ରକଳ୍ପ ଗୁଡ଼ିକ ସଡ଼କ, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଭଦ୍ରା ଶକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ୧୮୪୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକ ଆହୁରି ମଜବୁତ୍ କରିବ, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଓ ସେମାନଙ୍କର ଜୀବିକା ବୃଦ୍ଧି କରିବ ବୋଲି ସେ କହିଛନ୍ତି ।
ସୁଭଦ୍ରା ଶକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ୧୮୪୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକ ଆହୁରି ମଜବୁତ୍ କରିବ, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଓ ସେମାନଙ୍କର ଜୀବିକା ବୃଦ୍ଧି କରିବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories