ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
·1 year ago

ପାରାଦୀପ: ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ। ବୋଇତ ବନ୍ଦାଣର ଅଭିନନ୍ଦନ ଜଣାଇବା ସହ ଉତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମଙ୍କ ସମେତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଓଡିଶାର ପୁରୁଣା ସଂସ୍କୃତି ଓ ପରମ୍ପରାକୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା ବୋଲି କହିଛନ୍ତି ସିଏମ୍। ଓଡିଶାର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା। ପୂର୍ବରୁ ବାଣିଜ୍ୟ ପାଇଁ ଜଳଯାତ୍ରା କରି ଯାଉଥିଲେ ଜାଭା, ସୁମିତ୍ରା, ବର୍ଣ୍ଣିଓ ଯାଉଥିଲେ ସାଧବ ପୁଅ। ନୌବାଣିଜ୍ୟ କ୍ଷେତ୍ରରେ ଭାରତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଛନ୍ତି ସିଏମ୍।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
