Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ଥର ଭଦ୍ରକ ଗ୍ରସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ୧୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦଘାଟନ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରଥମ ଥର ଭଦ୍ରକ ଗ୍ରସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ୧୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦଘାଟନ

Key Points

ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଭଦ୍ରକ ଗସ୍ତ
ରମ୍ଭିଳା ଖଡ଼ିପଡିଆଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋହନ ମାଝୀ
ଭଦ୍ରକକୁ ଦେବେ ୨୭୫ କୋଟି ଟଙ୍କାର ଉପହାର
ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିବେ ଲୋକାର୍ପଣ
ପାଠାଗାର ସମେତ ୧୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦଘାଟନ
ରାଜ୍ୟରେ ବିଜେପି ସରକାରଙ୍କ ୧ ବର୍ଷର କାମର ଦେବେ ହିସାବ

ପ୍ରଥମ ଥର ଭଦ୍ରକ ଗ୍ରସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜିଲ୍ଲାକୁ ୨୭୪ କୋଟି ୪୭ ଲକ୍ଷ ଟଙ୍କା ମୂଲ୍ୟର ପ୍ରକଳ୍ପ ଭେଟି ଦେବେ ମୋହନ ମାଝୀ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିବେ । ନୂତନ ପାଠାଗାର ସମେତ ଜିଲ୍ଲାରେ ମୋଟ ୧୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଭଦ୍ରକ ବିଜେପି ଶିବିର।

ରମ୍ଭିଳା ଖଡ଼ିପଡିଆଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଛି। ସଭା ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି।

ବିଜେପି ସରକାରର ଏକ ବର୍ଷରେ ଭଦ୍ରକରେ କଣ ସବୁ ବିକାଶ ମୂଳକ କାମ ହୋଇଛି, ଆଉ କେଉଁ ପ୍ରକଳ୍ପ ପାଇଁ ଯୋଜନା ରହିଛି ସେ ସମ୍ପର୍କରେ ଜିଲ୍ଲାବାସୀଙ୍କ ପାଖରେ ତଥ୍ୟ ରଖିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏ ସମ୍ପର୍କିତ ଏକ ବୈଠକ ବସିଛି। ତେବେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର , ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ବିଜେପି ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜିଲ୍ଲା ଗ୍ରସ୍ତରେ ଆସୁଥିବାରୁ ବିଶାଳ ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-is-visiting-bhadrak-for-the-first-time | Argus News