ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ଦେଲେ ବାର୍ତ୍ତା। ସୁରକ୍ଷିତ ଭାବେ ଘରକୁ ଫେରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ । ଚଳିତ ବର୍ଷ ୫୦୦ ଜଣଙ୍କୁ ନିଯୁକ୍ତି ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଟ୍ରାଫିକ ନିୟମ ପାଳନ ନେଇ ଶପଥପାଠ କରାଇଛନ୍ତି । ଏହା ସହ ଓଡ଼ିଶା ଯାତ୍ରୀ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଲୋୟର ପିଏମ୍ଜିରୁ ରାମ ମନ୍ଦିର ଯାଏଁ ସଚେତନତା ପଦଯାତ୍ରା କରାଯାଇଥିଲା । ଏଥିରେ ପଦଯାତ୍ରା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।.
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: