Balanga / ବଳଙ୍ଗା ପୀଡିତାଙ୍କ ମାମଲାରେ ମୁଖ୍ୟମନ୍ତ୍ରୀ କଲେ ବଡ ଖୁଲାସା

Key Points
ନିଜେ ନିଜକୁ ଜାଳିଛନ୍ତି ବଳଙ୍ଗା ପୀଡିତା
ବିଧାନସଭାରେ ଏନେଇ ତଥ୍ୟ ରଖିଲେ ରାଜ୍ୟ ସରକାର
ମୃତ୍ୟୁ ପୂର୍ବରୁ ରେକର୍ଡ ହୋଇଥିବା 2ଟି ଜମାନବନ୍ଦୀରେ ଏହା କହିଥିଲେ ପୀଡିତା
ବଳଙ୍ଗା ପୀଡିତାଙ୍କ ମାମଲାରେ ମୁଖ୍ୟମନ୍ତ୍ରୀ କଲେ ବଡ ଖୁଲାସା । ନିଜେ ନିଜକୁ ଜାଳିଛନ୍ତି ବଳଙ୍ଗା ପୀଡିତା । ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ବିଧାନସଭାରେ ଏନେଇ ତଥ୍ୟ ରଖିଲେ ରାଜ୍ୟ ସରକାର । ମୃତ୍ୟୁ ପୂର୍ବରୁ ରେକର୍ଡ ହୋଇଥିବା 2ଟି ଜମାନବନ୍ଦୀରେ ଏହା କହିଥିଲେ ପୀଡିତା ।

📱 Get Argus News App
✨ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ଏମ୍ସରେ ପ୍ରାୟ 14 ଦିନ ଚିକିତ୍ସା ଚାଲିଥିବା ବେଳେ ଗତ ଅଗଷ୍ଟ 2 ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ପୀଡିତାଙ୍କ ଜମାନବନ୍ଦୀ ଦିଲ୍ଲୀରେ କୋର୍ଟଙ୍କ ଦ୍ବାରା BNSS ଧାରା 183 ଅନୁଯାୟୀ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ AIIMSରେ ଚିକିତ୍ସା କରୁଥିବା ଡାକ୍ତର ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲିପିବଦ୍ଧ କରିଥିଲେ । ଉଭୟ ଜମାନବନ୍ଦୀରେ ପୀଡିତା କହିଲେ ଯେ ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ।

ବଳଙ୍ଗାରୁ ଭୁବନେଶ୍ବର, ଭୁବନେଶ୍ବରରୁ ଦିଲ୍ଲୀ । AIIMS ହସ୍ପିଟାଲରେ 14 ଦିନର ସଂଘର୍ଷ । ସରକାରଙ୍କ ଉଦ୍ୟମ, ଡାକ୍ତରଙ୍କ ପ୍ରଚେଷ୍ଟା । ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଳଙ୍ଗା ପୀଡ଼ିତା। ହେଲେ ତାଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଥିଲା । ବିରୋଧୀ ସରକାରଙ୍କୁ ଦାୟୀ କରୁଥିବାବେଳେ ଖୋଦ ମୃତ ପୀଡିତାଙ୍କ ବାପା ଏହା ସ୍ୱୀକାର କରିଥିଲେ ଯେ ସରକାର ସବୁ ପ୍ରକାରର ସାହାଯ୍ୟ କରିଛନ୍ତି । ତଥାପି ବିରୋଧୀ ରାଜନୀତି କରିଥିଲେ ।
Related Topics
Explore more stories