Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ସମସ୍ତ ବିଧାୟକ ଓ ବିଧାୟିକା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରୁହନ୍ତୁ'

Smruti Parija
Browse all articles by Smruti Parija
·1 year ago·1 min read
'ସମସ୍ତ ବିଧାୟକ ଓ ବିଧାୟିକା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରୁହନ୍ତୁ'

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଧାୟକ ଓ ବିଧାୟିକା ମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହିବାକୁ କହିଛନ୍ତି । ଜିଲ୍ଲା ପ୍ରଶାସନ ସହିତ ସମନ୍ବିତ ଭାବେ ବାତ୍ୟା ମୁକାବିଲା କରିବାକୁ କହିଛନ୍ତି ସିଏମ୍ ।  

 

ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସମସ୍ତ ବିଧାୟକ-ବିଧାୟିକାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହିବାକୁ ସୋସିଆଲ ମିଡିଆ `X' ରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ପ୍ରୟାସ କରନ୍ତୁ ବୋଲି ସେ ଲେଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ଭାବ୍ୟ ବାତ୍ୟା `ଦାନା' ପାଇଁ ଏଏସଆଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଐତିହ୍ୟସ୍ଥଳ ଓ ସଂଗ୍ରହାଳୟ ଗୁଡିକ ବନ୍ଦ ରହିବ। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଶ୍ରୀମନ୍ଦିର ଭିତରେ ଥିବା ସେଡ୍‌ ଓ ଅବରୋଧ ହଟାଇବାକୁ  ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଳ ନିଷ୍କାସନ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପିଂ ସେଟ୍ ରହିବ।

ପ୍ରତ୍ୟେକ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟ ଗୁଡିକରୁ ହାଲୁକା ସାମଗ୍ରୀ ଗୁଡିକ ଖୋଲାଯିବ। ଓଭର ହେଡ଼ ଟ୍ୟାଙ୍କ୍ ଜଳ ଭର୍ତ୍ତି ରହିବା ନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଅକ୍ଟୋବରରେ ବାତ୍ୟା ହେବ ବୋଲି କହିଥିଲା ପାଞ୍ଜି !


 

Sponsored
Chief Minister Mohan Charan Majhi has asked all MLAs to stay in their respective constituencies in view of possible storm | Argus News