Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Odisha

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭବାନୀପାଟଣାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟିଲେ ସିଏମ୍ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩ ହଜାରରୁ ଅଧିକ ହିତାଧିକାରୀଙ୍କୁ ବଣ୍ଟାଗଲା ୱାର୍କ ଅର୍ଡର । ଯୋଜନାରେ ଉପକୃତ ହେବେ ରାଜ୍ୟର ୫୦ ହଜାର ହିତାଧିକାରୀ । ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି ।

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ସମ୍ବଲପୁର ସାଂସଦ ପ୍ରତିନିଧି ବିଜୟ କୁମାର ମାଝୀ , ଛେଣ୍ତିପଦା ବିଧାୟକ ପ୍ରତିନିଧି ଅଜିତ କୁମାର ପ୍ରଧାନ , ବ୍ଲକ୍ ଅଧ୍ୟକ୍ଷା ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇ ୩୪ଟି ପଞ୍ଚାୟତ ୪୪୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ସମସ୍ତ ପଞ୍ଚାୟତ ର ସରକାରୀ ଅଧିକାରୀ ଓ ପଞ୍ଚାୟତ ଲୋକପ୍ରତିନିଧି ଉପସ୍ଥିତ ରହିଥିଲେ ।

ସେପଟେ କାହାହାଣ୍ଡିରୁ ଅନ୍ତଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋରାପୁଟ ବୋରିଗୁମ୍ମାରେ ଏହି ଯୋଜନାରେ ୪୫୦ ପରିବାରଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାନୁଦେଶ ବଣ୍ଟନ କରାଯାଇଛି । କୋଟପାଡ଼ ବିଧାୟକ ରୁପୁ ଭତ୍ରା ଯୋଗଦେଇ ହିତାଧିକାରୀଙ୍କୁ କାର୍ଯ୍ୟାନୁଦେଶ ବଣ୍ଟନ କରିଛନ୍ତି ।

ଖୋର୍ଦ୍ଧା ବେଗୁନିଆ ଓ ବୋଲଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବୋଲଗଡ ବ୍ଲକରୁ ୨୦୫ ଓ ବେଗୁନିଆ ବ୍ଲକର ୨୦୫ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି ।

ଯାଜପୁର ଧର୍ମଶାଳା ବ୍ଳକରେ 616ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I ଧର୍ମଶାଳା ମହୋତ୍ସବ ପଡିଆରେ ଏକ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-mohan-charan-majhi-launched-the-antyoday-griha-yojana | Argus News