ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା
·1 year ago

ବରଗଡ଼: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା । ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍ପୁଟ ସହାୟତା । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୨୩୦୦ MSP ସହ ୮୦୦ ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯାଇଛି ।
ନିର୍ବାଚନ ସମୟରେ ଯାହା ପ୍ରତିଶୁତି ଦେଇଥିଲେ ବିଜେପି ସରକାର ତାହା ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚାଷୀ,ଜନତା ,ନେତା ,କର୍ମୀ ସମସ୍ତେ ବେଶ୍ ଉତ୍ସାହିତ ଓ ଖୁସି । ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ବାହାରି ପଦ୍ମପୁର ସତିଭଟା ଏୟାରଷ୍ଟ୍ରିପକୁ ପହଞ୍ଚି ସେଇଠୁ ଦିନ 11-40 ରେ ଇଚ୍ଛାପାଲି ପଡ଼ିଆରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଷୀଙ୍କୁ ଇନପୁଟ୍ ସହାତା ପ୍ରଦାନ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: