Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ritu Das
Browse all articles by Ritu Das
·1 year ago
ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର D.D. ମେଡ଼ିକାଲ୍‌ କଲେଜ ଅଡିଟୋରିୟମରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ୭୫ତମ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର N.C. କଲେଜ ପଡିଆରୁ ସକାଳ ୯ଟା ୩୦ ମିନିଟରେ ହେଲିକପ୍ଟର୍ ଯୋଗେ ବାହାରି ୯ଟା ୫୫ ମିନିଟରେ କେନ୍ଦୁଝର D. D. ମେଡ଼ିକାଲ୍‌ କଲେଜ୍‌ ନିକଟ ହେଲିପାଡରେ ଓହ୍ଲାଇବେ।


ସେଠାରୁ ସେ ସଡ଼କ ପଥରେ ଆସି ୧୦ଟା ୧୫ ମିନିଟ୍‌ରେ D.D. ମେଡ଼ିକାଲ୍‌ କଲେଜରେ ପହଞ୍ଚିବେ। ଏହାପରେ ସେ ସେଠାରୁ ୧୧ଟା ୨୦ରେ ବାହାରି ୧୧ଟା ୪୦ରେ ବାହାରି ହେଲିକପ୍ଟର୍ ଯୋଗେ ୧୨ଟା ୩୦ରେ କଟକ ବାଲିଯାତ୍ରା ପଡିଆରେ ଓହ୍ଲାଇବେ। ସେଠାରୁ ସେ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ କ୍ରିକେଟ୍ ମ୍ୟାଚରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Mohan Charan Majhi on a day-long visit to Keonjhar today | Argus News