ଦୀଘା ଜଗନ୍ନାଥ ଧାମକୁ ନେଇ ମୁଖ୍ୟମନ୍ତ୍ରୀ ରଖିଲେ ମତ, କହିଲେ...

Key Points
ଶ୍ରୀମନ୍ଦିର ସେବକ କହିଲେ- ମହାପ୍ରଭୁଙ୍କ ପାଖରେ କାହାର ଅହଙ୍କାର ରହିନାହିଁ କି ରହିବ ନାହିଁ ।
ଆଗକୁ ମମତା ବାନାର୍ଜୀ ଧରାଶାୟୀ ହେବେ ।
କେନ୍ଦ୍ର ଗୃହମନ୍ତ୍ରୀ ବି କହିଛନ୍ତି - ଏଥର ମମତା ସରକାରର ହେବ ମୂଳୋତ୍ପାଟନ ।
ଅହଙ୍କାରର ଚରମ ସୀମାରେ ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମମତାଙ୍କୁ କଡ଼ା ଭର୍ତ୍ସନା କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀଘା ଜଗନ୍ନାଥ ମନ୍ଦିର ଧାମ ନାମ ନେଇ ମମତାଙ୍କୁ ଚିଠି ଲେଖିଥିଲେ ମୋହନ । ହେଲେ ଆଜି ଯାଏଁ ତାର ପ୍ରତିଉତ୍ତର ମିଳିନାହିଁ । ସିଏମ୍ କହିଲେ.... ଆଦି ଗୁରୁ ଶଙ୍କରାଚାର୍ଯ୍ୟ ବି କହିଛନ୍ତି- ଜଗନ୍ନାଥ ଧାମ ଆସ୍ଥା ବିଶ୍ୱାସ ସହିତ ଜଡ଼ିତ । କୌଣସି ବ୍ୟକ୍ତି କିମ୍ବା କୌଣସି ସରକାର ଧାମକୁ ପରିବର୍ତ୍ତନ କରିପାରିବେ ନାହିଁ । ଅହଂକାରର ଚରମ ସୀମାରେ ଅଛନ୍ତି ମମତା । ଲୋକେ ତାର ଜବାବ ଦେବେ ବୋଲି କହିଛନ୍ତି ସିଏମ୍ ।
ସେପଟେ ଶ୍ରୀମନ୍ଦିର ସେବକ କହିଲେ- ମହାପ୍ରଭୁଙ୍କ ପାଖରେ କାହାର ଅହଙ୍କାର ରହିନାହିଁ କି ରହିବ ନାହିଁ । ଆଗକୁ ମମତା ବାନାର୍ଜୀ ଧରାଶାୟୀ ହେବେ । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ବି କହିଛନ୍ତି - ଏଥର ମମତା ସରକାରର ହେବ ମୂଳୋତ୍ପାଟନ ।
ତେବେ ବର୍ଷ ପୂର୍ତ୍ତି ଉତ୍ସବର ଦୁଇ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ସରକାରର ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଣ କହିଥିଲେ, କଣ କଲେ ଆଉ ଆଗାମୀ ଦିନରେ କଣ କରିବାକୁ ରଖିଛନ୍ତି ଯୋଜନା ତାହାର ଦେଲେ କଡା ଗଣ୍ଡା ହିସାବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂକଳ୍ପ ପତ୍ରର ୨୧ ପ୍ରତିଶ୍ରୁତିରୁ ୧୧ ପୁରଣ କରିଛୁ । ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା । ୪ ଜାତି ଯୁବ, ମହିଳା, ଚାଷୀ ଏବଂ ଗରିବଙ୍କ ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଚାଷୀଙ୍କୁ ଇନପୁଟ ସବସିଡି, ସୁଭଦ୍ରା, ଚାରି ଦ୍ୱାର ଖୋଳା, ୫୦୦ କୋଟିର କର୍ପସ ଫଣ୍ଡ ଭଳି ନିଷ୍ପତ୍ତି ପ୍ରଥମ କ୍ୟାବିନେଟରେ ନେଇ ଦେଖାଇ ଦେଇଥିଲୁ, ଲୋକଙ୍କ କାମ କରିବା ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟି ହିଁ ଯଥେଷ୍ଟ । ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି କହି ବିଜେଡିକୁ ସାଧିଥିଲେ ନିଶାନା ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ୩ ଲକ୍ଷରୁ ୧୭ ଲକ୍ଷ ଲକ୍ଷପତି ଦିଦି ତିଆରି କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଆୟରେ ବର୍ଷକୁ ୩୦ ହଜାର ଟଙ୍କା ଯୋଡ଼ି ହୋଇଛି । ଶିକ୍ଷା କ୍ଷେତ୍ରକୁ ଅଣଦେଖା କରି ପୂର୍ବ ସରକାର ଫାଇଭ ଟି ରୂପାନ୍ତିକାରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କରୁଥିଲେ । ଏବେ କିନ୍ତୁ ବିଜେପି ସରକାର ପ୍ରାଥମିକ ଶିକ୍ଷାକୁ ଦେଉଛନ୍ତି ଗୁରୁତ୍ୱ । ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ସ୍କୁଲ ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ଆୟୁଷ୍ମାନ ଭାରତ ଲାଗୁ କରୁନଥିଲେ ପୂର୍ବ ସରକାର ଏବେ ଆୟୁଷ୍ଣାନ ଲାଗୁ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୂତ କରାଯାଉଛି ।