Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ritu Das
Browse all articles by Ritu Das
·11 months ago·1 min read
ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Key Points

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ

ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ନୂଆଦିଲ୍ଲୀ ଗସ୍ତରେ ଯିବେ

ମୁଖ୍ୟମନ୍ତ୍ରୀଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଥିବା ସୂଚନା ରହିଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। ଆଜି ରାତିରେ ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଏଣେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ନୂଆଦିଲ୍ଲୀ ଗସ୍ତରେ ଯାଉଥିବା କୁହାଯାଉଛି। ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ସୂଚନା ରହିଛି। ମୁଖ୍ୟମନ୍ତ୍ରୀଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଥିବା ସୂଚନା ରହିଛି। ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାଗ ନେବେ।


କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟ ସଭାପତି ମଧ୍ୟ କେନ୍ଦ୍ର ନେତୃତ୍ୱ ଙ୍କୁ ଭେଟି କରିପାରନ୍ତି ଆଲୋଚନା। ରାଜ୍ୟ କମିଟି ଗଠନ, ବୋର୍ଡ ନିଗମ ନିଯୁକ୍ତି ନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନ ହୋଇପାରେ ବୋଲି କୁହାଯାଉଛି। ସେହିପରି ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚ ଲାଗି ରହିଥିବା ବେଳେ ସେ ନେଇ ଆଲୋଚନା ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-mohan-charan-majhi-to-visit-new-delhi | Argus News