Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରାମ ମନ୍ଦିରରେ ଦେବ ଦୀପାବଳି ପାଳନ । ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ପ୍ରତିପଦ ତିଥିରେ ପାଳନ ହୁଏ ଦେବ ଦୀପାବଳି । କିମ୍ବଦନ୍ତୀ ଅନୁଯାୟୀ ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ପ୍ରଭୁ ରାମଚନ୍ଦ୍ର ଦେବ ଦୀପାବଳି ପାଳନ କରିଥିଲେ । ରାମ ମନ୍ଦିର ପରିସର ରେ ୧୦ ହଜାର ଘିଅ ଦୀପ ପ୍ରଜ୍ୱଳନ କରାଯାଇଛି । 


ହାପି ଲିଭିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଏ । ଏଥିରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ରଜ୍ୟ ବିଜେପି ଉପସଭାପତି ଗୋଲକ ବିହାରୀ ମହାପାତ୍ର ଯୋଗ ଦେଇଛନ୍ତି । ବିଶ୍ଵ ଶାନ୍ତି, ବାୟୁ ପ୍ରଦୂଷଣ ଓ ସଦଭାବନା ନିମିତ୍ତ ପ୍ରର୍ଥନା କରାଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଯୋଗ ଦେଇଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-mohan-majhi-celebrated-deba-dipabali | Argus News