Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' କୋଳକୁ ଶିଶୁପୁତ୍ର ଫେରି ଆସିବା ଖବର ମତେ ଆଶ୍ବସ୍ତି ଦେଇଛି- ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ମା' କୋଳକୁ ଶିଶୁପୁତ୍ର ଫେରି ଆସିବା ଖବର ମତେ ଆଶ୍ବସ୍ତି ଦେଇଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରୁ ଚୋରି ହୋଇଥିବା ଶିଶୁପୁତ୍ର ନିଜ ଦୃଷ୍ଟିବାଧିତ ମା' କୋଳକୁ ଫେରି ଆସିବା ଖବର ପାଇ ଆଶ୍ବସ୍ତି ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା'ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ବୋଲି ସୋସିଆଲ ମିଡିଆ Xରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ । ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି । ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି CM ।


ସେପଟେ ଶିଶୁପୁତ୍ରକୁ ପାଇ ଭାବ ବିହ୍ୱଳ ହୋଇପଡିଛନ୍ତି ମା' ଜୟନ୍ତୀ ମଲ୍ଲିକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହାସହ ପୋଲିସକୁ ବି ଧନ୍ୟବାଦ ଜଣାଇଛନ୍ତି ଶୁଭମଙ୍କ ମାଆ ଜୟନ୍ତୀ ।

Sponsored
chief-minister-mohan-majhi-expressed-happiness-over-divyang-woman-baby-rescued-case | Argus News