Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି ତାହା ରଖିଛି'

Smruti Parija
Browse all articles by Smruti Parija
·1 year ago·1 min read
`ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି ତାହା ରଖିଛି'

ଅର୍ଗସ ବ୍ୟୁରୋ: କଥା ଦେଇ କଥା ରଖିଲେ ରାଜ୍ୟ ସରକାର । ବରଗଡ଼ ସୋହେଲାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ଧାନ ଚାଷୀଙ୍କୁ କ୍ବିଣ୍ଟାଲ୍ ପିଛା 800 ଟଙ୍କା ବୋନସ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇନ୍‌ପୁଟ ସହାୟତା ରାଶି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଇଚ୍ଛାପାଲିରେ ପହଞ୍ଚି ରାଜ୍ୟର ଚାଷୀଙ୍କ ଇଚ୍ଛା ପୂରଣ କରିଛି ଆମ ସରକାର । ଆଜିର ଦିନ ଓଡ଼ିଶାର ଚାଷୀଙ୍କ ଲାଗି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ନିର୍ବାଚନ ଘୋଷଣାପତ୍ରରେ ଦେଇଥିବା ପ୍ରତିଶ୍ରୁତି ରଖିଛୁ । ପୂର୍ବ ବିଜେଡି ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ରଖିନଥିଲେ। 

ପ୍ରତିଶ୍ରୁତି ଦେବାର 6 ମାସ ମଧ୍ୟରେ ଆମେ ଆମର ପ୍ରତିଶ୍ରୁତି ପୂରଣ କରିଛୁ । `ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି ତାହା ରଖିଛି' । `କେବଳ ଚାଷୀଙ୍କୁ ସହାୟତା ଜନିତ ପ୍ରତିଶ୍ରୁତି ନୁହେଁ, ଅନ୍ୟ ପ୍ରତିଶ୍ରୁତି ବି ରଖିଛୁ' । ଉଦାହରଣରେ ଶ୍ରୀମନ୍ଦିରର 4 ଦ୍ବାର ଖୋଲିବା କଥା କହିଲେ ମୁଖ୍ୟମନ୍ତ୍ରୀ । ଦଲାଲି ରୋକିବା ଲାଗି ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଦଲାଲି ରୋକିବା ଲାଗି ସବୁ ପ୍ରକାର ପନ୍ଥାକୁ ଅନୁସରଣ କରିଛୁ । `ଧାନ ସଂଗ୍ରହ ପ୍ରକ୍ରିୟାରେ ସମସ୍ତ ସ୍ବଚ୍ଛତା ଅବଲମ୍ବନ କରଯାଇଛି' । `ବାହାରୁ ଯେପରି ଧାନ ପଶିନପାରିବ ସେଥିଲାଗି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ ହୋଇଛି' । ଭାଷଣରେ ବରଗଡ଼ ମାଟିର ପବିତ୍ରତାକୁ ନେଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ବରଗଡ଼ ହେଉଛି ବରପୁତ୍ର ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ମାଟି । ସ୍ବାଧୀନତା ସଂଗ୍ରାମୀ ମାଧୋ ସିଂଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored