Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଥା କମ୍ , କାମ ବେଶୀ ବଦଳରେ ଚାଷୀଙ୍କୁ ଧୋକା

Odisha

କଥା କମ୍ , କାମ ବେଶୀ ବଦଳରେ ଚାଷୀଙ୍କୁ ଧୋକା

Manini Pattanayak
Browse all articles by Manini Pattanayak
·2 years ago·2 min read
କଥା କମ୍ , କାମ ବେଶୀ ବଦଳରେ ଚାଷୀଙ୍କୁ ଧୋକା

ସମ୍ବଲପୁର: ସମ୍ବଲପୁର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । 2014ରେ ଶିଳାନ୍ୟାସ କରିଥିବା ନୀଳଡୁଙ୍ଗୁରୀରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ ପାଇଁ ଏଯାଏଁ ପଡ଼ିନି ଖଣ୍ଡିଏ ଇଟା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିକ୍ତ ସ୍ମୃତି ଆକାରରେ ସେଠି ରହିଛି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ଫଳକ ଫଟୋ । ତୁରନ୍ତ ଚାଷୀଙ୍କୁ କ୍ଷମା ମାଗିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ 2014 ସେପ୍ଟେମ୍ବରରେ ଯୁଯୁମରାର ନୀଳଡୁଙ୍ଗୁରୀରେ ନିଜେ ଆସି ଶିଳାନ୍ୟାସ କରିଥିବା ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ କୁଆଡେ ଗଲା । ଚାଷୀଙ୍କୁ ଧୋକାଦେଇ, ପ୍ରତାରଣା କରି ତାଙ୍କ ଆଶାରେ ପାଣି ପକାଇଛନ୍ତି ମୁଖ୍ୟମନ୍ତ୍ରୀ । 
2014 ମସିହାରେ ଏଠାରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ
2014 ଯାଇ 2024 ମସିହା ହେଲା
ଶିଳାନ୍ୟାସ ଫଳକ ଭାଙ୍ଗି ମାଟିରେ ମିଶିଲା
ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦ ସଦସ୍ୟ , ସାଂସଦ, ବିଧାୟକଙ୍କୁ ଧରି ଧୁମଧାମରେ କରିଥିଲେ ଶିଳାନ୍ୟାସ
କାମ ହେଲା ନାହିଁ, ମାତ୍ର
ଲୋକଙ୍କ ମୋବାଇଲରେ ରହିଛି ଫଟୋ । 
ଆଉ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ଫଟୋ ରହିଛି ତିକ୍ତ ସ୍ମୁତି ଆକାରରେ
ଧର୍ମେନ୍ଦ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ କହୁଛନ୍ତି ସେ କଥା କମ କହନ୍ତି କାମ ଅଧିକା କରନ୍ତି
ନୀଲଡୁଙ୍ଗୁରୀ ଗାଁରେ ମୁଖ୍ୟମନ୍ତ୍ରୀ କେତେ କାମ କରନ୍ତି ତାର ପ୍ରମାଣ ବିଦ୍ୟମାନ
ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଚାଷୀଙ୍କୁ ଠକିଛନ୍ତି , ପ୍ରତାରିତ କରିଛନ୍ତି
ରାଜ୍ୟର 1000 ଜାଗାରେ ଏମିତି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ଲୋକଙ୍କୁ ଠକିଥିବେ
ରାଜ୍ୟରେ ବିଜେପି ଶାସନ ଆସିଲେ ଏହି ଜାଗାରେ ମାର୍କେଟିଙ୍ଗ୍ ଟର୍ମିନାଲ ନିର୍ମାଣର ଦାୟିତ୍ୱ ସେ ନେବେ ବୋଲି ଘୋଷଣା କରିଛନ୍ତି ।
ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏମଏସପି ଉପରେ 1000 ଟଙ୍କା ବୋନସ ବିଜେପିର ରାଜ୍ୟ ସରକାର ଦେବ
ଚାଷୀ ବିନା କଟନୀଛଟନୀରେ 3100 ଟଙ୍କାରେ ଧାନ ବିକିବ
ମିଲରମାନେ ନୁହେଁ ଚାଷୀଙ୍କ ଠାରୁ ସରକାର ଛତିଶଗଡ ଢାଞ୍ଚାରେ ଧାନ କିଣିବେ
ମିଲର ଚାଷୀ ସମ୍ପର୍କ ନୁହେଁ , ସରକାର ମିଲରଙ୍କୁ କାମ ଦେବ, ସେମାନେ ତାଙ୍କ କାମ କରିବେ
ସରକାର ଧାନ କିଣିବା ବ୍ୟବସ୍ଥା ସହିତ ମଣ୍ଡି , ରାତ୍ରିରହଣୀ ଓ ଆନୁଷଙ୍ଗିକ ସୁବିଧାର ଯେଉଁ ଅର୍ଥ ମୋଦୀ ସରକାର ଦେଉଛନ୍ତି ତାର ସଦୁପଯୋଗ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ସେପଟେ ନବୀନ ସରକାର ପ୍ରତିଶ୍ରୁତି ଦେଇ ପଶ୍ଚିମଓଡିଶାର ଚାଷୀଙ୍କ ସହ ଧୋକା ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚାଷୀ ପ୍ରକାଶ କରିଥିବା ବେଳେ ଲୋକମାନେ ଆଗାମୀ ଦିନରେ ଏହାର ଜବାବ ଦେବ ବୋଲି କହିଛନ୍ତି । ଚାଷୀଙ୍କ ସହ ଛଳନା କରୁଛନ୍ତି ନବୀନ ସରକାର । ଚାଷୀଙ୍କୁ ପ୍ରତାରଣା କରୁଛନ୍ତି ସରକାର । ଆଉ 25 ବର୍ଷର ବିଜେଡି ସରକାର ବିରୋଧରେ ଏବେ ତେଜୁଛି ଅସନ୍ତୋଷ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Naveen Patnaik has cheated Sambalpur farmers | Argus News