Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha

ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ritu Das
Browse all articles by Ritu Das
·2 years ago·1 min read
ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ: ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜକୁ ଆକସେପ୍ଟ କରିବେ କି? ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡ଼ିଶା ସଫଳ ହେବ କି। ନହେଲେ ପ୍ରମାଣିତ ହେବ ନବୀନ ଲୋକଙ୍କଠୁ ହୋଇସାରିଛନ୍ତି ଡିସକନେକ୍ଟ। କଗଜ ନଦେଖି କହି ପାରିବେ କି କଣ୍ଟାବାଞ୍ଜିର 10 ଗାଁର ନାଁ ? ଜବାବ ଦେବେ କି କାହିଁକି ଦାଦାନ ପାଇଁ ଯିବାକୁ ବାଧ୍ୟ ପରିଶ୍ରମୀ ଓଡ଼ିଆ । ଗତକାଲି ବଲାଙ୍ଗିର ସମାବେଶରେ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ବି ତୃଣମୂଳ ସ୍ତରର ଲୋକଙ୍କଠୁ କଟିଯାଇଛନ୍ତି ନବୀନ। 

ତେଣୁ ବାଜାବଜାଇ ବିଦା କରିବାକୁ କଣ୍ଟାବାଞ୍ଜି ଲୋକଙ୍କୁ ଆହ୍ବାନ ଦେଇଥିଲେ ମୋଦି। ଯଦି କଣ୍ଟାବାଞ୍ଜିକୁ ପ୍ରଚାର ପାଇଁ ଆସନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ କାଗଜ ନଧରି 10ଟା ଗାଁର ନାଁ କହିବାଲାଗି ପଚାରିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏବେ ପ୍ରଶ୍ନ ଆଜିର କଣ୍ଟାବାଞ୍ଜି ସଭାରେ କାଗଜ ନଦେଖି ମୁଖ୍ୟମନ୍ତ୍ରୀ କହିବେ କି କଣ୍ଟାବାଞ୍ଜିର 10ଟି ଗାଁର ନାଁ ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Chief Minister Naveen | Argus News