Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ବୈତରଣୀ ପାର୍ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଥୋପ

Smruti Parija
Browse all articles by Smruti Parija
·2 years ago·2 min read
ନିର୍ବାଚନ ବୈତରଣୀ ପାର୍ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଥୋପ

ଅର୍ଗସ ବ୍ୟୁରୋ: ନିର୍ବାଚନ ବୈତରଣୀ ପାର୍ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଥୋପ । ଲୋକଙ୍କ ମନ କିଣିବାକୁ ଗୋଟିଏ ପରେ ଗୋଟିଏ ଉପହାର ଦେଇ ଚାଲିଛନ୍ତି ରାଜ୍ୟ ସରକାର । ଭୋଟର୍ ଙ୍କୁ ଆକୃଷ୍ଟ କରିବାକୁ କେତେବେଳେ ଭତ୍ତା ବୃଦ୍ଧି କରୁଛନ୍ତି ତ କେତେବେଳେ ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି କରୁଛନ୍ତି ରାଜ୍ୟ ସରକାର । 
ଆଉ ତଳିତ ଫେବୃଆରୀ ମାସକୁ ଯେମିତି ଭତ୍ତା ବୃଦ୍ଧି ମାସ କରିସାରିଲେଣି ରାଜ୍ୟ ସରକାର । ଏକଥା ଆମେ କହୁନୁ...ରାଜ୍ୟ ସରକାରଙ୍କ ଘୋଷଣା କହୁଛି.... 

ଫେବୃଆରୀ 10- ମଧୁବାବୁ ଭତ୍ତା ବୃଦ୍ଧି
ଫେବୃଆରୀ 11-କେନ୍ଦୁପତ୍ର ତୋଳାଳିଙ୍କ ବୋନସ ବୃଦ୍ଧି
ଫେବୃଆରୀ 12-ଯୁବବର୍ଗଙ୍କୁ ଲକ୍ଷେ ଟଙ୍କା ଋଣ
ଫେବୃଆରୀ 13-ମମତା ଯୋଜନା ସହାୟତା ରାଶି ବୃଦ୍ଧି
ଫେବୃଆରୀ 14-କଳାକାର ଭତ୍ତା ବୃଦ୍ଧି
ଫୋବୃଆରୀ 15-ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭତ୍ତା ଦୁଇଗୁଣ
ଫେବୃଆରୀ 16-ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ ଟଙ୍କା
ଫେବୃଆରୀ 17-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି
ଫେବୃଆରୀ 18-ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି, ଛାତ୍ର ବୃତ୍ତି 10 ହଜାର ଟଙ୍କା ପର୍ଯ୍ୟନ୍ତ

ଗୋଟିଏ ମାସର 8 ଦିନ ମଧ୍ୟରେ ଭତ୍ତା ଟଙ୍କା ବଢାଇଛନ୍ତି ସରକାର । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର ସୋର୍ ଚର୍ଚ୍ଚା । ନବୀନ ବାବୁଙ୍କ ଏହା ନିର୍ବାଚନୀ ଥୋପ । ଆଗରୁ କଣ ଶୋଇଥିଲେ । ଏବେ ଏକାବେଳକେ ଏତେ ଘୋଷଣା କଲେ ।  ନବୀନ ବାବୁ କଣ ଘରୁ ଟଙ୍କା ଆଣି ଲୋକଙ୍କୁ ସେବା ଦେବେ ବୋଲି ବି କହିବାକୁ ପଛାଇ ନାହାନ୍ତି ଲୋକେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଏହି ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଭତ୍ତା, ପାରିଶ୍ରମିକ ବୃଦ୍ଧି ପାଇଁ କାହିଁ କେବେଠୁ ଦାବି କରିଆସୁଥିଲେ । ହେଲେ ଠିକ୍ ନିର୍ବାଚନ ପୂର୍ବରୁ ଏକାବେଳକେ ଏତେ ଘୋଷଣାକୁ ସହଜରେ ହଜମ କରିପାରୁନାହାନ୍ତି ରାଜ୍ୟବାସୀ । ଯାହାକୁ ବିରୋଧୀ ବି କଟାକ୍ଷ କରିଛନ୍ତି । 

24 ବର୍ଷର ସ୍ଥିର ସରକାର । ହେଲେ ହଠାତ୍ ଠିକ୍ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ କଥା ମନେ ପଡିବା । ନିର୍ବାଚନ ତାରିଖ ଘୋଷଣାର ଠିକ୍ ପୂର୍ବରୁ ଏହି ଘୋଷଣା ଶାସକ ଦଳକୁ କେତେ ଫାଇଦା ଦେବ ଦେଖିବାର କଥା । 

Sponsored
Chief Minister-naveen-pattnaik-declairs-different-schemes-as-election-is-near | Argus News