Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ନିଜ ଜନ୍ମମାଟିରେ ମକର ପାଳନ କରିବେ

Odisha

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ନିଜ ଜନ୍ମମାଟିରେ ମକର ପାଳନ କରିବେ

Ritu Das
Browse all articles by Ritu Das
·1 year ago
୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ନିଜ ଜନ୍ମମାଟିରେ ମକର ପାଳନ କରିବେ

ଅର୍ଗସ ବ୍ୟୁରୋ: ପାଟଣାର ପୁଣ୍ୟତୋୟା ବୈତରଣୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ନିଜ ଜନ୍ମମାଟିରେ ମକର ପାଳନ କରିବା ସହ ମକର ବୁଡ଼ ପକାଇବେ ।


ଏଥିପାଇଁ ପ୍ରଶାସନ ପକ୍ଷରୁ ପାଟଣା ବୈତରଣୀର ଅନୁସୋୟା ଘାଟକୁ ସଜାଯାଇଛି। ମୁଖ୍ୟମନ୍ତ୍ରୀ ରାଇସୁଆଁ ଏୟାରଷ୍ଟ୍ରିପରୁ ସଡକ ପଥରେ ଆସି ପୂର୍ବାହ୍ନ ୧୦ ଟା ୪୦ ମିନିଟରେ ପାଟଣା ବୈତରଣୀ ନଦୀର ଅନୁସୋୟା ଘାଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମକର ବୁଡ଼ ପରେ ପାଟଣାର ପ୍ରସିଦ୍ଧ ବାବା ପରମେଶ୍ବର ଓ ଆନନ୍ଦେଶ୍ବର ମନ୍ଦିରରେ ପୂଜା ଅର୍ଚ୍ଚନା କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister on 3-day visit to Keonjhar: will celebrate Makar in his native land | Argus News