Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Durga Puja / ପାର୍ବଣରେ ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Smruti Parija
Browse all articles by Smruti Parija
·9 months ago·2 min read
ପାର୍ବଣରେ ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Key Points

ପୂଜା ପାଇଁ ଆଗୁଆ ମିଳିବ ଦରମା

ସରକାରୀ କର୍ମଚାରୀଙ୍କ ସେପ୍ଟେମ୍ବର ମାସର ଦରମାକୁ
୨୬ ତାରିଖରେ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।


ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ । ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ ଏବଂ ଏବର୍ଷ ସାରା ଦେଶରେ GST 2.0 ସଂସ୍କାର ପରେ ସାରା ଦେଶରେ ବଚତ୍ ଉତ୍ସବ ମଧ୍ୟ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


ଆହୁରି ପଢନ୍ତୁ ଫିକା ପଡ଼ିବ ପାର୍ବଣ, ଭିଜିବ ସାରା ଓଡ଼ିଶା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନବରାତ୍ରୀର ଆଜି ହେଉଛି ତୃତୀୟ ଦିନ । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଜୋର ସୋର୍ ରେ ଚାଲିଛି ତନ୍ତ୍ରପାଠ । ଦଶହରା ପାଇଁ ପୂଜା ବଜାର ମଧ୍ୟ ପ୍ରବଳ ଭିଡ ରହୁଛି । ବୁଲା ବୁଲି କିଣା କିଣିରେ ଲୋକେ ମସଗୁଲ । ବିଭିନ୍ନ ୱେବସାଇଟ୍ ହେଉ କି ମଲ୍ ସବୁଠି ପୂଜା ଅଫର୍ । ଏତିକିବେଳେ ଆଗୁଆ ଦରମା ଆସିବା ଖବର ସମସ୍ତଙ୍କ ମନରେ ଆହୁରି ଉତ୍ସାହ ଭରି ଦେଇଛି ।


ଆହୁରି ପଢନ୍ତୁ ଜିଏସଟି ହାର ହ୍ରାସ ପରେ ଟାଟାରୁ ମହିନ୍ଦ୍ରା କାର ଘୋଷଣା କଲେ ଗାଡ଼ିର ନୂଆ ଦାମ


ସେପଟେ ପୁଣି GST 2.0 ସଂସ୍କାର ପରେ ଅତ୍ୟାବଶ୍ୟକ ସାମଗ୍ରୀ ଦର କମିଛି । ନୂଆ ଦ୍ରବ୍ୟ ଓ ସେବା କର ଯୋଗୁଁ ଲାଭବାନ ହେଉଛନ୍ତି ସାଧାରଣ ଲୋକ, ଚାଷୀ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଓ ଯୁବପିଢି । ଛେନା, ପନିର୍ ଓ ପାଉଁରୁଟି ପରି ଖାଦ୍ୟ, ୩୩ ଜରୁରୀ ଔଷଧ ସହ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମାକୁ ସମ୍ପୂର୍ଣ୍ଣ GST ମୁକ୍ତ କରାଯାଇଛି । ଶିକ୍ଷା ସହ ଜଡ଼ିତ ସାମଗ୍ରୀ ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ, ରବର, ବହି ଓ ନୋଟବୁକ୍ କୁ ମଧ୍ୟ ଟିକସ ମୁକ୍ତ ହୋଇଛି । ଦୈନନ୍ଦିନ ଜୀବନରେ ବ୍ୟବହୃତ ସାବୁନ, ସାମ୍ପୁ, ଟୁଥପେଷ୍ଟ, ଟୁଥ ବ୍ରସ୍, ସେଭିଙ୍ଗ କ୍ରିମ୍ ପରି ସାମଗ୍ରୀ ଉପରେ ଏଣିକି ୧୮% ବଦଳରେ ଲାଗୁ ହୋଇଛି ୫% GST । ସେହିପରି ବଟର, ଘିଅ, ଛେନା, ବ୍ରେଡ୍, ନମକୀନ, ଭୁଜିଆ, ମିକ୍ସର, ବାସନକୁସନ, ନାପକିନ୍, ସିଲେଇ ମେସନ୍ ଓ ଯନ୍ତ୍ରାଂଶ ଉପରେ GST ୧୨%ରୁ ୫%କୁ ହ୍ରାସ ପାଇଛି । ଏହି ନୂଆ ସ୍ଲାବ ମଧ୍ୟବିତ୍ତଙ୍କ କ୍ରୟ ଶକ୍ତି ବୃଦ୍ଧି କରିବା ସହ ଗରିବଙ୍କ ପାଇଁ ବଡ଼ ଉପହାର ସାବ୍ୟସ୍ତ ହୋଇଛି ।

Related Topics

Explore more stories

Sponsored
chief-minister-orders-advance-payment-of-salaries-during-festive-season | Argus News