ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ତ୍ବଲିପିର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Key Points
ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ତ୍ବଲିପିର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
କହିଲେ ରଥଯାତ୍ରା ହେଉଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ସମନ୍ବୟ
ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କଲେ ମୁଖ୍ୟମନ୍ତ୍ରୀ
ଆଉ ଏଭଳି ମହାର୍ଘ ଯାତ୍ରାକୁ ଅବଲୋକନ କରିବା ପାଇଁ ପୁରୀରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡଦାଣ୍ଡ ଲୋକାରଣ୍ୟ। ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରୁ ଛୁଟି ଆସିଥିଲେ ଅନେକ ଶ୍ରଦ୍ଧାଳୁ । ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖାଓ୍ବତ୍ ରଥାରୁଢ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ତ୍ବଲିପିର ଉନ୍ମୋଚନ କରିଥିଲେ । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟମନେ କରିଥିଲେ ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଡିଜିପି ଓ୍ବାଇ.ବି. ଖୁରାନିଆ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେ.ଭି. ସିଂହଦେଓ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଂଚାୟତି ରାଜ ମନ୍ତ୍ରୀ ରବି ନାଏକଙ୍କ ସହ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି । ରଥଯାତ୍ରା ହେଉଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ସମନ୍ବୟ । ଜଗନ୍ନାଥ ସଂସ୍କୃତିର ନିରନ୍ତରତା, ଜଗନ୍ନାଥ ସଂସ୍କୃତି ଓ ସନାତନ ସଂସ୍କୃତିର ପ୍ରବାହାମାନ ଧାରା ହେଉଛି ରଥଯାତ୍ରା ବୋଲି କହି ଭାବ ବିହ୍ୱଳ ହୋଇଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ପୁରୀ ସାଂସଦ ସମ୍ବିତ ପାତ୍ର ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ । ରଥଯାତ୍ର ପାଇଁ ଜନସମୁଦ୍ର ପୁରୀ । ଜୟ ଜଗନ୍ନାଥ ଧ୍ବନି ସହ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଚତୁର୍ଦ୍ଦିଗ । ଭାବ ଓ ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ. । ଚକାଆଖିର ପ୍ରେମରେ ବିଭୋର ମନ ଓ ଆତ୍ମା। ରଥାରୂଢ଼ କଳାଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଛନ୍ତି କୋଟି କୋଟି ଭକ୍ତଜନ।