Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରବାଟୀରେ ମ୍ୟାଚ୍‌ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାରବାଟୀରେ ମ୍ୟାଚ୍‌ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବାରବାଟୀ ଷ୍ଟାଡିୟମ ଇତିହାସରେ ପ୍ରଥମ। କ୍ରିକେଟ୍ ମ୍ୟାଚ୍ ଆୟୋଜନର ସମୀକ୍ଷା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍, ରାଜ୍ୟ କ୍ରୀଡ଼ା ବିଭାଗ ଓ କଟକ ଜିଲ୍ଲା ପ୍ରଶାସନଙ୍କ ଜୋରଦାର ପ୍ରସ୍ତୁତି ଚଳାଇଥିବାବେଳେ ଆଜି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଷ୍ଟାଡିୟମ ପରିସର, ପଡ଼ିଆ ସାରା ବୁଲି ବୁଲି ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କଲେ। ଓସିଏ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲେ। ତେବେ ବାରବାଟୀ ପିଚରେ କ୍ରିକେଟ୍ ଖେଳିବାକୁ ବି ମନ ବଳାଇଲେ ମୁଖ୍ୟମନ୍ତ୍ରୀ। ବ୍ୟାଟିଂ ବି କଲେ।

ଏଥର ବାରବାଟୀ ମ୍ୟାଚରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତା, ସଂସ୍କୃତି, ପରମ୍ପରା, କ୍ରୀଡ଼ାର ଝଲକ । ଯାହାକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ଥିମ୍‌ ସଙ୍ଗ। ଆଜି ଯାହାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଥିମ୍ ସଙ୍ଗ ପ୍ରସ୍ତୁତ କରିଥିବାବେଳେ କଣ୍ଠ ଦେଇଛନ୍ତି ଗାୟକ ଋତୁରାଜ ମହାନ୍ତି ଓ ରାପର ବିଗ୍ ଡିଲ୍।

9 ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ୨୮ ତମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ । ଉଭୟ ଅନଲାଇନ ଓ ଅଫଲାଇନରେ ୨୪ ହଜାର ଟିକେଟ ବିକ୍ରି କରିବାର ବ୍ୟବସ୍ଥା ହୋଇଛି। ଆୟୋଜନରେ ସରକାର ସମସ୍ତ ସହଯୋଗ କରୁଛନ୍ତି, ଷ୍ଟାଡିୟମ ନବୀକରଣ ନେଇ ସରକାର ଗ୍ରୀନ୍ ସିଗନାଲ୍ ଦେଇଥିବା କହିଛନ୍ତି ଓସିଏ ସମ୍ପାଦକ। ରାଜ୍ୟରେ ବିଜେପି ସରକାର ହେବା ପରେ ରାଜ୍ୟରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜନ ହେଉଥିବାରୁ ଦମଦାର ଆୟୋଜନ ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର।


ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମ ବୁଲିଲେ, ପିଚ୍‌ରେ ବ୍ୟାଟିଂ କଲେ ମୋହନ ମାଝୀ । ବାରବାଟୀରେ କ୍ରିକେଟ୍ ଖେଳିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ ମଧ୍ୟ ପ୍ରସ୍ତୁତିର ତଦାରଖ କରିବା ସହିତ କ୍ରିକେଟ୍ ଖେଳିଥିଲେ। ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାନଡେ ମ୍ୟାଚ ଖେଳାଯିବ। ୨ ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ ୬ ଓ ୭ ତାରିଖରେ କାଉଣ୍ଟରରେ ମିଳିବ । କ୍ରିକେଟ୍ ମ୍ୟାଚରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ । ଥିମ୍ ସଙ୍ଗର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୯ରେ ଖେଲାଯିବ ଦିନିକିଆ ମ୍ୟାଚ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
Chief Minister reviews match preparations in Barabati | Argus News