ମୁଖ୍ୟମନ୍ତ୍ରୀ କହିଲେ ୨୫ ହେଉ ସମୃଦ୍ଧିର ବର୍ଷ

Key Points
୨୪ ଥିଲା ପ୍ରତିଶ୍ରୁତି ଓ ପରିବର୍ତ୍ତନର ବର୍ଷ
୨୪ର ସଂକଳ୍ପକୁ ପୁରା କରିବାକୁ ସରକାରଙ୍କ ପୁରା ଦମ୍
ମୁଖ୍ୟମନ୍ତ୍ରୀ କହିଲେ ୨୫ ହେଉ ସମୃଦ୍ଧିର ବର୍ଷ
ମନ୍ତ୍ରୀ ମାନଙ୍କର ବି ବଡ ଟାର୍ଗେଟ
ଉପମୁଖ୍ୟମନ୍ତ୍ରୀ କହିଲେ ୨୫ରେ ପର୍ଯ୍ୟଟନରେ ୧୭ରୁ ୭କୁ ଲମ୍ଫ ମାରିବ ଓଡିଶା
ଆୟୁଷ୍ମାନରେ ମହିଳାଙ୍କୁ ମିଳବ ୧୦ ଲକ୍ଷର ସୁବିଧା
ଆଇନ ମନ୍ତ୍ରୀ କହିଲେ ସବୁ ପ୍ରତିଶ୍ରୁତି ପୁରଣ ସରକାରଙ୍କ ଲକ୍ଷ୍ୟ
ଅର୍ଗସ ବ୍ୟୁରୋ: ନୂଆ ବର୍ଷରେ ନୂଆ ସରକାର ପାଇଁ ଅନେକ ନୂଆ ଆହ୍ଵାନ । ନୂଆ ବର୍ଷରେ ସମୃଦ୍ଧ ଓ ବିକଶିତ ଓଡିଶା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ । ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ଅସ୍ତ୍ର କରି ୨୪ ନିର୍ବାଚନରେ ଶାସନକୁ ଆସିଥିଲା ବିଜେପି । ତେଣୁ ନିର୍ବାଚନୀ ପ୍ରତିଶ୍ରୁତି ଗୁଡିକୁ ପୂରଣ କରିବା ପାଇଁ ଲମ୍ବା ଖସଡା ପ୍ରସ୍ତୁତ କରିଛି ବିଜେପି ସରକାର । ନିର୍ବାଚନ ଆଗରୁ ଓଡିଆ ଅସ୍ମିତାର ପୁନଃ ପ୍ରତିଷ୍ଠା, ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ରତ୍ନ ଗଣତି, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା, ୮୦ ବର୍ଷରୁ ଅଧିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା, ଖାଲିଥିବା ଦେଢ ଲକ୍ଷ ପଦ ପୂରଣ, ଦାଦନ ସମସ୍ୟା ଦୂର କରିବା, ଆୟୁଷ୍ମାନ ଭାରତ ଲାଗୁ ଭଳି ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ ଏସବୁ ପୁରଣ ପାଇଁ ପୁରା ଦମ ଲଗାଇଛନ୍ତି ସରକାର
ଏ ସବୁ ଭିତରେ ବିଜେପି ସରକାରର ବିଭିନ୍ନ ବିଭାଗ ୨୫ ପାଇଁ ଅନେକ ଲକ୍ଷ୍ୟ ରଖିଛି । ସୁଭଦ୍ରା ଯୋଜନାରେ ତିନି ପର୍ଯ୍ୟାୟରେ ପ୍ରଥମ କିସ୍ତି ପାଇ ସାରିଲେଣି ୮୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା । ଜାନୁଆରୀ ମାସ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ସଂଖ୍ୟା ୧ କୋଟି ପାର ହେବ ବୋଲି ଲକ୍ଷ୍ୟ ରହିଛି । ପର୍ଯ୍ୟଟନର କେନ୍ଦ୍ର ସ୍ଥଳ ହେବ ଓଡିଶା । ପର୍ଯ୍ୟଟନ କ୍ଷେତ୍ରରେ ଲକ୍ଷ୍ୟ ଅଛି ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ୨୦୨୫ ସରୁ ସରୁ ୧୭ରୁ ୭କୁ ଲମ୍ବା ଲମ୍ଫ ମାରିବାର ବଡ ଟାର୍ଗେଟ ରଖିଛି ବିଭାଗ ।
📱 Get Argus News App
✨ସ୍ଵାସ୍ଥ୍ୟ ବିଭାଗ ପାଇଁ ୨୦୨୫ ଗୁରୁତ୍ଵପୂର୍ଣ୍ଣ । ୨୦୨୫ ଶେଷ ବେଳକୁ ଟିବି ମୁକ୍ତ ଓଡିଶା ପାଇଁ ଲକ୍ଷ୍ୟ ରହିଛି । ଫେବୃଆରୀରେ ଆୟୁଷ୍ମାନ ଭାରତ - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ୩୦ ହଜାର ହସ୍ପିଟାଲରେ କାର୍ଡ ଦ୍ଵାରା ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ନୂଆ ମେଡିକାଲ କଲେଜ ଖୋଲିବା, ଡାକ୍ତର, ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ଟାର୍ଗେଟ ରହିଛି ସ୍ଵାସ୍ଥ୍ୟ ବିଭାଗ ।
ଶିଳ୍ପ ସମୃଦ୍ଧ ହେବ ଓଡିଶା । ୫ ଲକ୍ଷ କୋଟି ନିବେଶ ଟାର୍ଗେଟ ରଖି ସରକାର କାମ କରୁଛନ୍ତି । ଦେଶରେ ଓ ଦେଶ ବାହାରେ ରୋଡ଼ ଶୋ ହୋଇଛି । । କେଉଁ ଶିଳ୍ପ ଆସିଲେ ନିଯୁକ୍ତି ଅଧିକ ସୃଷ୍ଟି ହେବ, ସେଥି ପ୍ରତି ବିଭାଗ ଗୁରୁତ୍ୱ ଦେଉଛି । ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଓଡିଶା । ଆଳୁ, ପିଆଜ ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର ରହିବାକୁ ପଡିବନି । ଶ୍ରୀମନ୍ଦିର ଦର୍ଶନକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ସରକାରଙ୍କ ଆହ୍ଵାନ । ଶିଳ୍ପ, ପର୍ଯ୍ୟଟନ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସୁଦୃଢ ହେବ ରୋଡ ନେଟୱର୍କ ଭିତ୍ତିଭୂମି । ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଲକ୍ଷ୍ୟ ରହିଛି । ବିରୋଧୀ କହିଲେ ନିଜ ପ୍ରଚାର କରି ଯୋଜନାର ନାଁ ରଙ୍ଗ ବଦଳାଉଛନ୍ତି ସରକାର
୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛି ବିଜେପି ସରକାର । ଯେଉଁଥିପାଇଁ ଏବେଠୁ ପକାଇବାକୁ ମୂଳଦୁଆ । ଯେଉଁଥିପାଇଁ କୃଷି, ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ, ପରିବହନ ଭଳି କ୍ଷେତ୍ରକୁ ବିକଶିତ କରିବା ପାଇଁ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଚଳିତ ବର୍ଷ ଲକ୍ଷ୍ୟ ସାଧନ ଦିଗରେ ସରକାରଙ୍କୁ କେତେ ସଫଳତା ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।