Videos
|
Odisha

ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago
ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 ଅର୍ଗସ ବ୍ୟୁରୋ : ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଦିବାସୀ ମେଳା - ୨୦୨୫ ଉଦଘାଟନ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଅଷ୍ଟମ ଓ ଦଶମ ପାସ୍‌ କରିବା ପରେ ନବମ ଓ ଏକାଦଶ ଶ୍ରେଣୀରେ ଭର୍ତ୍ତି ହେବା ପିଲାଙ୍କୁ ମିଳିବ ଏହି ସହାୟତା ।


ଏହି ଯୋଜନା ପାଇଁ 156 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଡ୍ରପ୍ ଆଉଟ୍ ରୋକିବା ଦିଗରେ ଲକ୍ଷ୍ୟ ରଖି ଏହାର ଶୁଭାରମ୍ଭ ହୋଇଛି । ଉପକୃତ ହେବେ ୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ। ପ୍ରତି ଶିକ୍ଷାବର୍ଷରେ ଏକକାଳୀନ ଏହି ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଭାବେ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Minister Shahid Madho Singh Yojana launched | Argus News