Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର ବଡଗଡ ହାଇସ୍କୁଲରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭୁବନେଶ୍ବର ବଡଗଡ ହାଇସ୍କୁଲରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Key Points

ଆଜିଠୁ NEPର ଖଡିଛୁଆଁ
ଭୁବନେଶ୍ବର ବଡଗଡ ହାଇସ୍କୁଲରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଲା ଶିଶୁ ବାଟିକା
ରାଜ୍ୟରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ, ଛୋଟ ପିଲାଙ୍କ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ...
ମୁଖ୍ୟମନ୍ତ୍ରୀ କହିଲେ ଶିଶୁଙ୍କ ସୃଜନଶୀଳତା ବୃଦ୍ଧି କରିବାରେ ସହାୟକ ହେବ ଶିଶୁ ବାଟିକା
ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବା ସହ ଆରମ୍ଭ ହୋଇଛି ଛୋଟ ପିଲାଙ୍କ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଉତ୍ସବ । ଭୁବନେଶ୍ବର ବଡଗଡ ହାଇସ୍କୁଲରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ । ସ୍ଲେଟ ଖଡ଼ିରେ ଶିଶୁ ମାନଙ୍କୁ ପାଠ ପଢ଼ାଇଲେ ଗୁରୁଜୀ । ବ୍ରହ୍ମା, ବିଷ୍ଣୁ, ମହେଶ୍ବରର ମହତ୍ବ ଶିଖାଇଲେ ମୋହନ । ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରରେ ଗଡ଼ିଲା ୪ ସଚେତନ ଗାଡି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକାରେ ପିଲାମନଙ୍କୁ ଚାପ ମୁକ୍ତ, ଭୟ ମୁକ୍ତ ପାଠ ପଢାଯିବ। ପୋଷ୍ଟର, କବିତା, ଚିତ୍ର, ସଂଖ୍ୟା ଗଣନ ପାଇଁ ଅନେକ ପ୍ରକାର ଖେଳନା ବ୍ୟବହାର କରାଯାଉଛି । ଖେଳନା ମାଧ୍ୟମରେ ପଢାଯିବ ବୌଦ୍ଧିକ ବିକାଶର ପାଠ । କୁନି ଶିଶୁ ମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବାରେ ଏହା ସହାୟକ ହେବ । ଓଡ଼ିଶାର ପ୍ରାଥମିକ ଶିକ୍ଷା କ୍ଷେତରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ସରକାରଙ୍କ ଏହି ଉଦ୍ୟମ ।


ସାରା ରାଜ୍ୟରେ ଖଡିଛୁଆଁ ଉତ୍ସବର ଦୃଶ୍ୟ । ପରଜଙ୍ଗ, ରଣପୁର, ରାଇରଙ୍ଗପୁର,ମାହାଙ୍ଗା, ଘସିପୁରା, ସମ୍ବଲପୁର, ସାଲେପୁର, ସୋରଡାରେ ବେଶ ଦେଖିବାକୁ ମିଳିଥିଲା ଉତ୍ସାହ । ଖଡିଛୁଆଁ ଉତ୍ସବରେ ସାମିଲ ହୋଇଥିଲେ କୁନି କୁନି ପିଲା ।ବାଲେଶ୍ବର, ରେଢାଖୋଲ, ଖଲିକୋଟ, କଟକର । ଜାତୀୟ ଶିକ୍ଷା ନୀତିରେ ଖଡିଛୁଆଁ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଛାତ୍ରଛାତ୍ରୀ ।


ଏଭଳି ବିଶେଷ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀମାନେ ହେଉଛନ୍ତି ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ମୂଳ ସ୍ତମ୍ଭ । ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ଉଜ୍ବଳ ଭବିଷ୍ୟତ ଗଠନ କରିବା ଆମର ବଡ଼ ଦାୟିତ୍ବ । ଶିଶୁ ବାଟିକା ମାଧ୍ୟମରେ ପିଲାମାନଙ୍କୁ ନାଚ, ଗୀତ, ଖେଳକୁଦ ଓ ଯାଦୁ ଆଧାରିତ ଶିକ୍ଷା ପ୍ରଦାନ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ଆଜି ଏଭଳି ଏକ ସ୍ମରଣୀୟ ଦିବସରେ ନୂଆ କରି ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-slaps-kuni-kuni-students-at-bhubaneswar-bargarh-high-school | Argus News