Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କ ସ୍ୱାର୍ଥ ଓ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହିଳାଙ୍କ ସ୍ୱାର୍ଥ ଓ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

Key Points

ମହିଳାଙ୍କ ସ୍ୱାର୍ଥ ଓ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍
ମୋହନ କହିଲେ, ବିଜେପି ସରକାରର ସଫଳତା ହଜମ କରିପାରୁନାହାନ୍ତି ନିନ୍ଦୁକ
ପୂର୍ବ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟ ବିଜେପି ସଭାପତିଙ୍କ କଡ଼ା କାଉଣ୍ଟର
ନିଜ ଆଖିକୁ ଯାଏନି ଆଙ୍ଗୁଳି, ପ୍ରଚାର ପାଇଁ କଣ କରୁଥିଲେ ଆତ୍ମ ସମୀକ୍ଷା କରନ୍ତୁ ନବୀନ


ମହିଳାଙ୍କ ସ୍ବାର୍ଥ ପାଇଁ ପ୍ରକୃତରେ କିଏ ଚିନ୍ତିତ । କିଏ କରୁଛି ଅଧିକ କାମ ଆଉ କିଏ କରୁଛି କେବଳ ପ୍ରଚାର। ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଏ ପ୍ରସଙ୍ଗକୁ ନେଇ ହୋଇଛି ରାଜନୈତିକ ବାକ୍ ଯୁଦ୍ଧ । ବ୍ରହ୍ମପୁର ଆମ୍ବପୁଆ ସୁଭଦ୍ରା ସଭାରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଛନ୍ତି ବିଜେପି ସରକାରର ସ୍ବଳ୍ପ କାଳର କାମକୁ ସହି ପାରୁନାହାନ୍ତି ନିନ୍ଦୁକ । ନିନ୍ଦୁକ ହଜମ କରିପାରୁନାହାଁନ୍ତି ଆମ ସ୍ବଳ୍ପକାଳର ସଫଳତା । ହଜମ କରିବାକୁ ନିନ୍ଦୁକଙ୍କୁ ଔଷଧର ଆବଶ୍ୟକତା ଅଛି ।

ଗୋଟିଏ ପଟେ ବିଜେପି ସରକାରଙ୍କ ସୁଭଦ୍ରା ସଫଳତା । ଅନ୍ୟପଟେ ଭୁବନେଶ୍ବର ଶଙ୍ଖ ଭବନରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚାରରେ ସରକାର ଶହ ଶହ କୋଟି ଖର୍ଚ୍ଚ କରୁଥିବାବେଳେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳୁଛି ଦୈନିକ ମାତ୍ର 27 ଟଙ୍କା। ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ସଭାପତି । ମନମୋହନ କହିଛନ୍ତି ନିଜ ଆଖିକୁ ଆଙ୍ଗୁଳି ଯାଏନି । ପ୍ରଚାର ପ୍ରସାରରେ କିଏ କଣ କରୁଥିଲା, ସେ ବିଷୟରେ ଲୋକେ ଜାଣିଛନ୍ତି । ନବୀନ ନିଜେ କଣ କରୁଥିଲେ ଆତ୍ମସମୀକ୍ଷା କରନ୍ତୁ। ବିଜେପି ସରକାରକୁ ବଦନାମ କରିବାକୁ ବିଜେଡି କରୁଥିବା ଅପପ୍ରଚାର ବୃଥାରେ ଯିବ।

ବିଜେପି ସରକାରଙ୍କ ସୁଭଦ୍ରା ଯୋଜନା ପାଲଟିଛି ଏକ ବିପ୍ଳବ । ମିଶନ ଶକ୍ତି ନାଁରେ ବର୍ଷ ବର୍ଷ ଧରି ବିଜେଡି ଯେଉଁ ମହିଳା ଭୋଟ୍ ବ୍ୟାଙ୍କ ଏକାଠି କରିଥିଲା ତାକୁ ଦିନ କେଇଟା ଭିତରେ ଭାଙ୍ଗିଦେଲା ସୁଭଦ୍ରା ସଫଳତା। ଯାହାକୁ ନେଇ ଏବେ ଅସ୍ତବ୍ୟସ୍ତ ହୋଇଉଠିଛି ବିଜେଡି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-targets-bjd-on-issues-of-womens-welfare-and-subhadra-yojana | Argus News