ଭୂମିହୀନଙ୍କୁ ଜାଗା ପଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଭୂମିହୀନଙ୍କ ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଛି। ଅନେକ ବର୍ଷ ଧରି ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ପୂରଣ ହେବ। ଆଖିର ସ୍ୱପ୍ନ ଓଠର ହସରେ ପରିଣତ ହେବ। ଯାହା କରି ଦେଖାଇଛନ୍ତି ବିଜେପି ସରକାର। ସ୍ୱାମିତ୍ୱ ଯୋଜନାରେ ଭୂମିହୀନଙ୍କୁ ମିଳିବ ଜମି। ରାୟଗଡ଼ାରେ ଆଜି ଭୂମିହୀନଙ୍କୁ ଜାଗା ପଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ମୋଦି । ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଅଡିଟୋରିଅମରେ ହୋଇଛି କାର୍ଯ୍ୟକ୍ରମ ଆୟୋଜନ । ସ୍ୱାମିତ୍ୱ ଯୋଜନାରେ ଅନ୍ତର୍ଭୁକ୍ତ ରାୟଗଡା କୁମୁଟିଲି ପେଟା ଅଞ୍ଚଳର ମହିଳା ଗଜେନ୍ଦ୍ର ସଙ୍ଗୀତାଙ୍କ ସହିତ ସିଧାସଳଖ ପ୍ରଧାନମନ୍ତ୍ରୀ କଥାହେବେ ଏବଂ ଏହି ଯୋଜନାର ଶୁଭାରମ୍ଭ କରିବେ।
ଦୀର୍ଘବର୍ଷର ତାଙ୍କର ଏହି ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଥିବାରୁ ସେ ଖୁସି ବ୍ୟକ୍ତ କରିବା ସହିତ ତାଙ୍କୁ ଏହି ଯୋଜନାରେ ସାମିଲ କରିଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ହିତାଧିକାରୀ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: