Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୨୪୮ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୧୨୪୮ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

Key Points

ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ CM
ରେଳ ଅଡ଼ିଟୋରିୟମ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ
୭ ବିଭାଗର ନୂତନ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

୧୨୪୮ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟ ସରକାରଙ୍କ ପ୍ରମୁଖ ୭ ବିଭାଗର ନୂତନ ଭାବେ ମନୋନୀତ ୧୨୪୮ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ରେଳ ଅଡ଼ିଟୋରିୟମ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮୨୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୭୮ଙ୍କୁ ମିଳିବ ନିଯୁକ୍ତି ପତ୍ର ।


ସେହିପରୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୮୧, ବାଣିଜ୍ୟ ଏ ପରିବହନ ବିଭାଗରେ ୬୩, ପଞ୍ଚାୟତିରାଜ ବିଭାଗରେ ୪୯ ଜଣଙ୍କୁ ମିଳିବ ନିଯୁକ୍ତି । ଏହା ସହ ଅବକାରୀ ବିଭାଗରେ ୩୨ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗରେ ୧୯ ଜଣଙ୍କୁ ମିଳିବ ନିଯୁକ୍ତି ।.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister to issue appointment letters to 1,248 new recruits | Argus News