Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ ମୁଖ୍ୟମନ୍ତ୍ରୀ

Odisha

ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଯାଜପୁରରେ୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ ମୁଖ୍ୟମନ୍ତ୍ରୀ

Key Points

ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାର
ଆସନ୍ତା ୨୨ରେ ଯାଜପୁର ସୁକିନ୍ଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
୧୨ଟି ପ୍ରକଳ୍ପର ଶିଳାନ୍ୟାସ ସହ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ
ନିବେଶ ହେବ 1 ଲକ୍ଷ 14 ହଜାର କୋଟି
ସୃଷ୍ଟି ହେବ 34 ହଜାର ନିଯୁକ୍ତି ସୁଯୋଗ
କେବଳ ଟାଟା କମ୍ପାନୀର ୬୩ ହଜାର କୋଟିର ପ୍ରକଳ୍ପର ହେବ ଭିତ୍ତିସ୍ଥାପନ

କେବଳ ଯୋଜନା କି ପ୍ରତିଶ୍ରୁତି ନୁହେଁ। ସଫଳ ହେବ ଓଡ଼ିଶାର ଶିଳ୍ପାୟନ ସ୍ବପ୍ନ। ହଜାର ହଜାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି। ଦ୍ରୁତ ବେଗ ଧରିବ ରାଜ୍ୟର ଅର୍ଥନୀତି। ସଫଳ ହେବାକୁ ଯାଉଛି ବିଜେପିର ଡବଲ୍ ଇଞ୍ଜିନ ସରକାରଙ୍କ ନିରନ୍ତର ପ୍ରୟାସ। ଆସନ୍ତା 22 ତାରିଖରେ ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ କଳିଙ୍ଗନଗରରେ ଛିଡ଼ା ହେବ ଆଉ ଏକ ମାଇଲ ଖୁଣ୍ଟ।

୨୨ରେ ଯାଜପୁର ଜିଲ୍ଲା ସୁକିନ୍ଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୨ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୧୪ ହଜାର କୋଟି । ସୁକିନ୍ଦାଠାରେ ନୂତନ ଭାବେ ଗଢି ଉଠିଥିବା ଜଟିଆ ଷ୍ଟିଲ ପ୍ଲାଣ୍ଟ ସହ ମୋଟ ୪ଟି କମ୍ପାନୀର ଉଦଘାଟନ କରିବେ ସିଏମ୍ । ଏଥିସହ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏସବୁ ପ୍ରକଳ୍ପ ଦ୍ବାରା ୩୪ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଖଣିଜ ସମ୍ପଦ ଭରା ସୁକିନ୍ଦା ଅଞ୍ଚଳରେ ପ୍ରଚୁର ପରିମାଣରେ କ୍ରୋମାଇଟ୍ ରହିଛି । ଦେଶର ବଡ଼ ବଡ଼ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ କଳିଙ୍ଗନଗର ଶିଳ୍ପ କରିଡରକୁ ଅଧିକ କଞ୍ଚାମାଲ ସହ ଭଲ ଉତ୍ପାଦନ ପାଇଁ ଆସିଛନ୍ତି । ହେଲେ ପୂର୍ବ ବିଜେଡି ସରକାରର ଆନ୍ତରିକତାର ଅଭାବ ରାଜ୍ୟର ଶିଳ୍ପ ଅବିବୃଦ୍ଧିରେ ବାଧକ ସାଜିଥିଲା । ଭରପୁର କଞ୍ଚାମାଲ ଥିବା ସତ୍ତ୍ବେ ତାର ଉପଯୋଗ କରି କାରଖାନା ପ୍ରତିଷ୍ଠା ହେଉନଥିଲା। ଫଳରେ ନିଯୁକ୍ତି ପାଇବାରେ ବଞ୍ଚିତ ହେଉଥିଲେ ହଜାର ଯୁବକ ଯୁବତୀ । ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛନ୍ତି ଡବଲ୍ ଇଞ୍ଜିନ ସରକାର। ତେଣୁ ଫଳବତୀ ହେବାକୁ ଯାଉଛି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାର ସ୍ବପ୍ନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-to-lay-foundation-stone-of-12-projects-and-dedicate-4-more-to-the-people-in-jajpur | Argus News