ସୁକିନ୍ଦାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସର କରିବେ ମୁଖ୍ୟମନ୍ତ୍ରୀ

Key Points
ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାର
ଆଜି ଯାଜପୁର ସୁକିନ୍ଦାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ
ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାର । ଆଜି ଯାଜପୁର ସୁକିନ୍ଦାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେବଳ ଯୋଜନା କି ପ୍ରତିଶ୍ରୁତି ନୁହେଁ। ସଫଳ ହେବ ଓଡ଼ିଶାର ଶିଳ୍ପାୟନ ସ୍ବପ୍ନ। ହଜାର ହଜାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି। ସଫଳ ହେବାକୁ ଯାଉଛି ବିଜେପିର ଡବଲ୍ ଇଞ୍ଜିନ ସରକାରଙ୍କ ନିରନ୍ତର ପ୍ରୟାସ। ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ କଳିଙ୍ଗନଗରରେ ଛିଡ଼ା ହେବ ଆଉ ଏକ ମାଇଲ ଖୁଣ୍ଟ । ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୧୪ ହଜାର କୋଟି ।
ସୁକିନ୍ଦାଠାରେ ନୂତନ ଭାବେ ଗଢି ଉଠିଥିବା ଜଟିଆ ଷ୍ଟିଲ ପ୍ଲାଣ୍ଟ ସହ ମୋଟ ୪ଟି କମ୍ପାନୀର ଉଦଘାଟନ କରିବେ ସିଏମ୍ । ଏଥିସହ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏସବୁ ପ୍ରକଳ୍ପ ଦ୍ବାରା ୩୪ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।