Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାହୁଡା ଯାତ୍ରା-ସୁନା ବେଶ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ବାହୁଡା ଯାତ୍ରା-ସୁନା ବେଶ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Key Points

ପୁରୀ ଯାଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ବି ଗସ୍ତ କରିବେ
ଦଇତା ନିଯୋଗ ଓ ସେବାୟତଙ୍କ ସହ କରିବେ ଆଲୋଚନା
ଗୁଣ୍ଡିଚା ଘର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ
ହସ୍ପିଟାଲ ଯାଇ ଆହତ ଓ ଗୁରୁତରଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରଥଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ପୁରୀ ଯାଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସରଧାବାଲି ଦଳାଚକଟା ପରେ ଏହା ସିଏମ୍‌ଙ୍କ ପ୍ରଥମ ଗସ୍ତ ।


ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନ ୩ଟା ସମୟରେ ସେବାୟତଙ୍କୁ ଭେଟି ଆଲୋଚନା କରିବା ନେଇ ସୂଚନା ରହିଛି। ଆଗକୁ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଏବଂ ସୁନା ବେଶ ଥିବାରୁ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ମଧ୍ୟ ଆଲୋଚନା କରିବେ। ତା'ସହିତ ଗୁଣ୍ଡିଚା ଘର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ହସ୍ପିଟାଲ ଯାଇ ଆହତ ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟର୍କମ ମଧ୍ୟ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-to-review-how-bahuda-yatra-suna-besha-will-be-completed-smoothly | Argus News