Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠାରୁ 3 ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
 ଆଜିଠାରୁ 3 ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ମହାକୁମ୍ଭରେ ସାମିଲ ହୋଇ ତ୍ରିବେଣୀ ସଙ୍ଗମରେ କରିବେ ପବିତ୍ର ସ୍ନାନ। ଅଯୋଧ୍ୟା ଯାଇ ରାମ ଲାଲାଙ୍କ ଦର୍ଶନ କରିବାର ବି ରହିଛି କାର୍ଯ୍ୟକ୍ରମ। ଏ ଗସ୍ତ ଅବସରରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବେ ସିଏମ।


ତ୍ରିବେଣୀ ସଂଗମରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଯାବତ୍ ୬୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ବ୍ରହ୍ମ ମୁହୂର୍ତ୍ତରୁ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗୁଛି । ପାରମ୍ପରିକ ରୀତିନୀତି ପରେ ବୁଡ ପକାଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ । ଆଜି ଗୋଟିଏ ଦିନରେ ୩୩ ଲକ୍ଷ ଲୋକ ବୁଡ ପକାଇଛନ୍ତି । ଆସନ୍ତା ଶିବରାତ୍ରିେ ଶେଷ ଅମୃତସ୍ନାନ । ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ।


ଆଉ ୫ଦିନ ପରେ ସରିବ ଏହି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଶେଷ ସପ୍ତାହରେ ପ୍ରୟାଗରାଜରେ ପୁଣି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ । ରେଳଷ୍ଟେସନ, ବସଷ୍ଟପରେ ସ୍ୱତନ୍ତ୍ର ବ୍ୟବସ୍ଥା । ଶେଷ ଅମୃତସ୍ନାନରେ ୩ କୋଟିରୁ ଅଧିକ ବୁଡ ପକାଇବା ସମ୍ଭାବନା। ଏବେ ଶେଷ ଆଡ଼କୁ ମହାକୁମ୍ଭରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼ । ପ୍ରୟାଗରାଜରେ ପହଁଚୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟଣ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି । ଜିଲ୍ଲାବାହାରୁ ଆସୁଥିବା ଗାଡ଼ିକୁ ସୀମତ ରଖାଯାଇଛି । ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।


ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଗାଡି ଗୁଡିକୁ ଡାଇଭର୍ଟ କରାଯାଉଛି ।

Sponsored
Chief Minister will visit Uttar Pradesh for 3 days from today | Argus News