Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ୧୨ତମ ଅଭିଯୋଗ ଶୁଣାଣି

Rashmita Mishra
Browse all articles by Rashmita Mishra
·11 months ago·1 min read
ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ୧୨ତମ ଅଭିଯୋଗ ଶୁଣାଣି

Key Points

ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଅନଲାଇନରେ ପଞ୍ଜିକରଣ କରିଛନ୍ତି ହଜାରେ ଲୋକ

ବର୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସକାଳୁ ସକାଳୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ , ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଦି ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ଅଭିଯୋଗ ଶୁଣାଣୀ । ପଞ୍ଜିକରଣ କରିଥିବା ଏକ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ପ୍ରଥମେ ଦିବ୍ୟାଙ୍ଗଙ୍କ ସହ ଆଲୋଚନା ପରେ ବର୍ତ୍ତମାନ ପ୍ରକୋଷ୍ଠକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୂଚନା ଅନୁଯାୟୀ ଭୁବନେଶ୍ୱର ୟୁନିଟ ୨ ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଚଳିତ ଥରର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣି ତାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଅଭିଯୋଗ ପ୍ରକୋଷ୍ଠରେ କେମିତି ସୁରୁଖୁରୁରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ ଓ ଶୁଣାଣୀ ସୁବିଧା ରେ ହୋଇ ପାରିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-ministers-12th-grievance-hearing-in-bhubaneswar | Argus News