Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଯିବ- ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ଚେଷ୍ଟିତ, ଯିଏ ସେଥିରେ ବିଭ୍ରାଟ ସୃଷ୍ଟି କରିବେ ସେମାନଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ଆବଶ୍ୟକ ପଡିଲେ ଝାରପଡ଼ା ଜେଲରେ ବ୍ୟବସ୍ଥା ତାଙ୍କ ପାଇଁ ଅଛି ବୋଲି ଖୋଲା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ସବୁବେଳେ କାମ କୁ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଧାନ କିଣା କିଭଳି ସଠିକ୍ ଭାବେ ହେବ ଓ ସେମାନେ ତାଙ୍କ ଧାର୍ଯ୍ୟ ମୂଲ୍ୟ ପାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ । 
ପୂର୍ବ ସରକାର କଥା ଦେଇ କଥା ରଖି ନଥିଲେ ସେଥିପାଇଁ ଅନେକ ସମୟରେ ଚାଷୀ ଆତ୍ମହତ୍ୟା କରିଲେ । ଏବେ ନୂଆ ସରକାର ଚାଷୀଙ୍କ ପାଇଁ ଚିନ୍ତା କରୁଛନ୍ତି । ସିଏମ୍ କିସାନ ଯୋଜନାରେ ବର୍ଷକୁ ୬ ହଜାର ସହାୟତା ସହ ଏମ୍ ଏସ ପି ମୂଲ୍ୟ ବୃଦ୍ଧି କରିଛନ୍ତି । ବରଗଡ଼ ସୋହେଲା ରେ ଲୋକଙ୍କୁ ପୂର୍ବ ସରକାର ଠକିଥିଲେ ନୂଆ ସରକାର ବୋନସ ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister's address on the occasion of the 71st All India Cooperative Week | Argus News