ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଲେଖ୍ୟ

ଅର୍ଗସ ବ୍ୟୁରୋ: ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲେଖ୍ୟ । ସ୍ବପ୍ନ ନୁହେଁ, ବାସ୍ତବତାର ନୂଆ ସକାଳ ଶୀର୍ଷକ ଏହି ଆଲେଖ୍ୟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ୧୨ଟି ଦେଶର ନିବେଶକ ଓ ୨୦ଟି ଦେଶର ପ୍ରତିନିଧି ମାନେ ଭାଗନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦଘାଟନ କରି ନିମନ୍ତ୍ରିତ ଶିଳ୍ପପତିଙ୍କୁ ସମ୍ବୋଧିତ କରିବେ । ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସୁଯୋଗ ରହିଥିବା ପୂର୍ବାଞ୍ଚଳରାଜ୍ୟ ଓଡ଼ିଶାରେ ନୂତନ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କଲେ, କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ସହଯୋଗ ଯୋଗାଇଦେବେ ତାହା କହିବେ ।
ତାଙ୍କର ପୂର୍ବୋଦୟ ବିକାଶ ପରିକଳ୍ପନା ବିଷୟରେ ମଧ୍ୟ ସୂଚନା ଦେବେ । ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସଫଳ ପ୍ରଶାସନିକ ଅଭିଜ୍ଞତା ବିଶ୍ବବିଦିତ । ତାଙ୍କର ଗରିମାମୟ ଉପସ୍ଥିତି ଓ ଦିଗଦର୍ଶନ ଆମ ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହେବା ସହ ନିବେଶକଙ୍କ ବିଶ୍ବାସ ବଢାଇବ । ବିପୁଳ ସମ୍ଭାବନାକୁ ବ୍ୟବହାର କରି ଆମ ରାଜ୍ୟକୁ ବିକଶିତ ଓଡ଼ିଶାରେ ପରିଣତ କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା ସମାବେଶ କାଳରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିବାର ସମ୍ଭାବନା ରହିଛି । ଏଥିରେ ପ୍ରଚୁର ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟିହେବ ।
📱 Get Argus News App
✨ଶତାଧିକ ନିବେଶକ ଆମ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଶିଳ୍ପ ବିକାଶରେ ଭାଗୀଦାର ରହିଥିବା ଦେଶମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ରହିଛନ୍ତି ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ । ସେହି ଦେଶରୁ ଅଧିକ ଶିଳ୍ପପତି ଓ ପୁଞ୍ଜି ନିବେଶକ ଉତ୍କର୍ଷ ଓଡ଼ିଶା ମହାକୁମ୍ଭରେ ଯୋଗଦେବାକୁ ଓଡ଼ିଶା ଆସିବା ସ୍ବାଭାବିକ । ଯାହା ଆମ ରାଜ୍ୟର ଶିଳ୍ପ ବିକାଶ ପାଇଁ ମହତ୍ବପୂର୍ଣ୍ଣ । କେତେକ ବିକଶିତ ଦେଶକୁ ଆମେ କଣ୍ଟ୍ରି ଅଫ୍ ଫୋକସ୍ ବା ଅଗ୍ରାଧିକାର ସହଯୋଗୀ ରାଷ୍ଟ୍ରଭାବେ ଉତ୍କର୍ଷ ଓଡ଼ିଶାରେ ଗୁରୁତ୍ବ ଦିଆଯିବ । ଓଡ଼ିଶାକୁ ଅର୍ଥନୀତି ଦୃଷ୍ଟିରୁ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ଆମର ଯେଉଁ ସକଳ୍ପ ତାହା ନିଶ୍ଚୟ ପୂରଣ ହେବ ବୋଲି ଆମେ ଆଶାବାଦୀ । ଏହା ସମ୍ଭବ ହୋଇପାରିବ ପ୍ରତିଯୋଗିତା ମୂଳକ ଶିଳ୍ପାୟନ ମାଧ୍ୟମରେ । ଏହା ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାକୁ କୃଷି, ଶିଳ୍ପ, ସେବା ଓ ବ୍ୟବସାୟ କ୍ଷେତ୍ରରେ ସମୃଦ୍ଧି ଆଣିଦେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: