ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,୨୭ ହଜାର ୧୯୭ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଅର୍ଗସ ବ୍ୟୁରୋ: ଲୁଚାଇଥିଲା ବିଜେଡି,ସତ ଧରିଦେଲା ବିଜେପି। ଶିକ୍ଷାର ଭିତ୍ତିଭୂମି ଏବଂ ଶିକ୍ଷକ ନିଯୁକ୍ତି କଥା କହି ମୋହନ ସରକାର ଖେଲିଦେଲେ ପୂର୍ବତନ ବିଜେଡି ସରକାରର ପୋଲ୍ । ଜଣାପଡିଲା କେମିତି ୫ଟି ନାଁରେ ଭୂଆଁବୁଲାଇଥିଲା ବିଜେଡି। ରଙ୍ଗମାରି ଲୁଟିଥିଲା କୋଟିକୋଟି। ଶିକ୍ଷକ ପଦବୀ ଖାଲି ଥିଲେ ମଧ୍ୟ ନବୀନ ସରକାର ଆବଶ୍ୟକ ଅନୁସାରେ ଦେଇନଥିଲେ ନିଯୁକ୍ତି । କିନ୍ତୁ ମୋହନ ସରକାର ଶିକ୍ଷକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ୩ ସପ୍ତାହ ଭିତରେ ୧୬ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ଦେବେ ନିଯୁକ୍ତି,କେବଳ ସେତିକି ନୁହେଁ ଶିକ୍ଷକ ଅଭାବ ପୂରଣ ପାଇଁ ମୋଟ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଫଳରେ ଏହି ବିଦ୍ୟାଳୟରେ ଘରୋଇ ବିଦ୍ୟାଳୟ ଭଳି ମଧ୍ୟ ସମସ୍ତ ସୁବିଧା ଯୋଗଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରାଥମିକ ଶିକ୍ଷାକୁ ଜଳାଞ୍ଚଳି ଦେଇ ସ୍ମାର୍ଟ ସ୍କୁଲ ନାଁରେ ହାଇସ୍କୁଲର ରୁପାନ୍ତରଣ କରିଥିଲେ ନବୀନ ସରକାର। ୪ଟି ପର୍ଯ୍ୟାୟରେ ୮୬୭୭ ସ୍କୁଲର ରୁପାନ୍ତରଣ ନାଁରେ ଖର୍ଚ୍ଚ କରିଛନ୍ତି ୪ ହଜାର କୋଟିରୁ ଅଧିକ ଟଙ୍କା। ରଙ୍ଗ ବୋଳିଲେ ପୁଟି ମାରି ଲୁଟ୍ କରିଛନ୍ତି କୋଟିକୋଟି ଟଙ୍କା। ମାତ୍ର କାମରେ ସ୍ଥାୟୀତ୍ବ ନଥିବାବେଳେ କେଉଁଠି ଦିନ କେଇଟାରେ ରଙ୍ଗ ଛାଡିଛି ତ କେଉଁଠି ଛାତରୁ ସିଂଲିଂ ଖସିଛି, ପାଚେରୀ ଭାଙ୍ଗିଛି। ତେବେ ଏସବୁ ଭିତରେ ପ୍ରାଥମିକ ଶିକ୍ଷାକୁ ଭୁଲିଗଲେ ପୂର୍ବ ବିଜେଡି ସରକାର ଫଳରେ ଭୁଷୁଡି ପଡିଛି ଶିକ୍ଷାର ମୁଳଦୁଆ। ପ୍ରାଥମିକ ସ୍କୁଲରେ ବିନା ଶିକ୍ଷକରେ ଚାଲିଲା ପାଠପଢା। ଅଧିକାଂଶ ସମୟରେ ହକ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ।ଶିକ୍ଷା ବ୍ୟବସ୍ଥାର ଏ ମଞ୍ଜକୁ ଧରି ପୂର୍ବରୁ ସରକାରକୁ କାଠ ଗଡାକୁ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ। ହାଇସ୍କୁଲରେ ହରଣ ଗୁଣନ ନ ଜାଣି କେମିତି ପିଲାଏ ହେବେ ସ୍ମାର୍ଟ ବୋଲି କରିଛନ୍ତି ପ୍ରଶ୍ନ ।
ରାଜ୍ୟରେ ସ୍କୁଲ ଶିକ୍ଷାର ଦୟନୀୟ ସ୍ଥିତି ଓ ପ୍ରଚାର ସର୍ବସ୍ବ ଶିକ୍ଷାର ବାସ୍ତବତାକୁ ନେଇ କିଛି ଦିନ ତଳେ ସାମନାକୁ ଆସିଥିଲା ସର୍ଭେ ରିପୋର୍ଟ। ସମ୍ବଲପୁର ଜିଲ୍ଲାରେ ଅସର ପକ୍ଷରୁ କରାଯାଇଥିବା ବେୟଣ୍ତ ବେସିକ ସର୍ଭେ ରିପୋର୍ଟରେ ଶିକ୍ଷା ବ୍ୟବସ୍ଥାର ଉଦବେଗଜନକ ସ୍ଥିତି କଥା କୁହାଯାଇଥିଲା... ସମ୍ବଲପୁରରେ ଶହେରୁ ୬୪.୧ % ପିଲା ଜାଣନ୍ତିନି କେମିତି ହୁଏ ହରଣ । ୧୪ରୁ ୧୮ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ୭୬.୫ % କେବଳ ଦ୍ବିତୀୟ ଶ୍ରେଣୀ ପାଠ ପଢିପାରୁଛନ୍ତି। ୫୩.୭% ଇଂରାଜୀ ପରୀକ୍ଷାରେ ଅତି କମ୍ ବାକ୍ୟ ପଢିପାରୁଛନ୍ତି। ବିରୋଧୀ ଦଳର ମୁଖ୍ୟ ସଚେତ ଥିବା ବେଲେ ଶିକ୍ଷାର ଦୁର୍ଗତି ନେଇ ସରକାରଙ୍କୁ ଚିଠି ଲେଖଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ। ହେଲେ ଚିଠିକୁ ଗରୁତ୍ବ ଦେଇ ନ ଥିଲେ ସରକାର.. ଆଜି ସେଇ ପୁରଣା କଥା ମନେ ପକାଇ ତାଙ୍କ ସରକାର ଗୁଣାତ୍ମକ ଶିକ୍ଷା ପାଇଁ କି କି ପଦକ୍ଷେପ ନେଉଛନ୍ତି ତାର ହିସାବ ଦେଇଥିଲେ। ନିପୁଣ ଓଡିଶା ଓ ଡିପ୍ କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ସ୍ମାର୍ଟ ହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ,ଓଡ଼ିଶାରେ ଶିକ୍ଷାର ଭିତ୍ତିଭୂମିର ବିକାଶ ସହ ଶିକ୍ଷା ଓ ଶିକ୍ଷକଙ୍କୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର ।
ରଙ୍ଗବୋଳି ପୂର୍ବ ସରକାର ସ୍ମାର୍ଟ ନାଁରେ କୋଟି କୋଟି ଟଙ୍କା ସ୍ବାହା କଲେ ହେଲେ ସରକାରୀ ତଥ୍ୟ କହୁଛି ୬୭୮୧ ସ୍କୁଲରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ, ଛାତ୍ର ଅନୁପାତରେ ୬୦୧୧ ସ୍କୁଲରେ ଶିକ୍ଷକ ନାହାନ୍ତି, ୧୧,୭୧୦ସ୍କୁଲକୁ ବିଦ୍ୟୁତ ସଂଯୋଗ ନାହିଁ, ୨୧,୦୬୫ ସ୍କୁଲରେ ଖେଳପଡିଆ ନାହିଁ, ୪୧,୯୯୬,ସ୍କୁଲରେ କମ୍ପ୍ୟୁଟର ନାହିଁ । ବିଜେଡି ସମୟରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବାବେଳେ ଅସଜଡା ଶିକ୍ଷା ବ୍ୟବସ୍ଥାକୁ ସଜାଡୁଛନ୍ତି ମୋହନ ସରକାର। ମାତ୍ର ଦେଖିବାକୁ ବାକି ରହିଲା ଶିକ୍ଷା ବିକାଶ ପାଇଁ ଆଗକି କେଉଁ ପଦକ୍ଷେପ ନେଉଛନ୍ତି ମୋହନ ସରକାର