Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ: ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ exclusive ଇଣ୍ଡଷ୍ଟ୍ରିଆଲ ପାର୍କ କରିବେ ରାଜ୍ୟ ସରକାର । ଏହା ସହ ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସେଲ । ମହିଳା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ସଫଳ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ମହିଳାମାନେ ପୂର୍ବରୁ ଅନେକ ଥର ପ୍ରମାଣ କରିଛନ୍ତି, ସେମାନେ ପୁରୁଷମାନଙ୍କଠାରୁ ବି ଅଧିକ କରିପାରିବେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନେକ ଲୋକ ସାଇକେଲ ଚଳାଇ ଜାଣିନାହାନ୍ତି, କିନ୍ତୁ ଆମ ମହିଳାମାନେ ଫାଇଟର ପ୍ଲେନ ବି ଚଳାଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମହିଳାମାନେ ଅତିରିକ୍ତ 10 ପ୍ରତିଶତ ସବସିଡି ପାଉଛନ୍ତି । ମହିଳା ସଶକ୍ତିକରଣ ଉପରେ ସରକାର କାମ କରୁଛନ୍ତି । ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ରାସ୍ତା ପ୍ରଶସ୍ତ କରିଛନ୍ତି ରାଜ୍ୟ ସରକାର । ବଜେଟରେ ମଧ୍ୟ 75 ହାଜର କୋଟିରୁ ଅଧିକ ଟଙ୍କା ମହିଳାମାନଙ୍କ କଲ୍ୟାଣ ପାଇଁ ମଞ୍ଜୁର କରାଯାଇଛି । ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି । ଯାହାଦ୍ବାରା ମହିଳାମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ଏହି ସେସନରେ ରୁଚି ଫୁଡ୍ ଲାଇନ, ମିଲକ୍ ମନ୍ତ୍ର, ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଥିଲେ।

Sponsored
Chief Minister's big announcement for women investors in the state | Argus News