Puri Municipality / ପୁରୀ ମୁନିସିପାଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

Key Points
ବ୍ରହ୍ମପୁର ମହାନଗର ନିଗମର କଳେବର ବୃଦ୍ଧି ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ।
ପୁରୀ ହେଲା ମହାନଗର ନିଗମ । ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି । ଜୁଲାଇ ୩ରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୪ଟି ସହର NAC ହେଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ସହର NAC ଘୋଷିତ । ବ୍ରହ୍ମପୁର ମହାନଗର ନିଗମର କଳେବର ବୃଦ୍ଧି ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ।
ଏହାପୂର୍ବରୁ ଚଳିତ ମାସ ୨୨ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୧୪ଟି ଜିଲ୍ଲାରେ ୨୪ଟି ନୂଆ NAC ଏବଂ ୩ଟି ଜିଲ୍ଲାରେ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ନୂତନ NAC ତାଲିକାରେ ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ସାଲେପୁର, ବଡ଼ମ୍ବା, ନରସିଂହପୁର, ନର୍ଲା ଓ ବୋରିଗୁମ୍ମା ଭଳି ୨୪ଟି ଅଞ୍ଚଳ ସ୍ଥାନ ପାଇଥିବା ବେଳେ ବୈଦ୍ଧଗଡ଼, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଓ କରଞ୍ଜିଆ ଏବେଠାରୁ ମ୍ୟୁନିସିପାଲିଟି ଭାବେ କାର୍ଯ୍ୟ କରିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସହରାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ବୋଲି ଦେଖିବାକୁ ମିଳିଛି।
📱 Get Argus News App
✨Related Topics
Explore more stories