ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବିବୃତ୍ତି

ନୂତନ ରାଜ୍ୟ ଜଳ ନୀତି ଆଣିବେ ରାଜ୍ୟ ସରକାର । ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ବେଳେ ମୁଖ୍ୟମନ୍ତ୍ରୀଙ୍କ ବିବୃତି । ପୂର୍ବ ସରକାରରେ ଜଳ ସମ୍ପଦ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଥିଲା । ପୂର୍ବ ସରକାର ପାଇଁ ଆଜି ଆମେ ଜଳ ସେଚନ ଲକ୍ଷ୍ୟଚ୍ୟୁତ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ବର୍ଷ ପରେ ୬୦ରୁ ଅଧିକ ବ୍ଲକରେ ୩୫%ରୁ କମ୍ ଜଳସେଚନ ହୋଇଛି । ପୂର୍ବ ସରକାରରେ ଜଳ ସେଚନ ପାଇଁ ଲକ୍ଷେ ୨ ହଜାର କୋଟି ଖର୍ଚ୍ଚ କରିଥିଲେ କିନ୍ତୁ ତଥାପି କାହିଁକି ଗ୍ରାଉଣ୍ଡରେ ଜଳସେଚନ ପହଞ୍ଚି ପାରିନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିପାଇଁ ଦାୟୀ କିଏ। ଲକ୍ଷେ କୋଟି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସିଏମ । ୫୦% ଜଳ ସେଚନ ହୋଇପାରିଥାନ୍ତା, କିନ୍ତୁ ୩୪%ରେ କାହିଁକି ରହିଗଲା । ଯାହାକୁ ଦୃଷ୍ଟିରେ ରଖି ନୂତନ ଜଳ ନୀତି ସରକାର ଆଣିବାକୁ ଯାଉଛନ୍ତି । ପୂର୍ବ ସରକାରରେ ସ୍ଲୋଗାନ ଥିଲା `ଜମିକୁ ଜଳ ଚାଷୀକୁ ବଳ' କିନ୍ତୁ ତାହା ପ୍ରକୃତରେ ଥିଲା `ଜମିକୁ ଜଳ ଠିକାଦାରଙ୍କୁ ବଳ' ବୋଲି କହଛନ୍ତି ମୁଖ୍ୟମନ୍ତ୍ରୀ।