Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଇରିଆ ସ୍ଥିତି ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଡାଇରିଆ ସ୍ଥିତି ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

Key Points

ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ରହିବେ ଉପସ୍ଥିତ
ଡାଇରିଆ ସ୍ଥିତି ମୁକାବିଲା ନେଇ ହୋଇପାରେ ବଡ଼ ନିଷ୍ପତ୍ତି

ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସ୍ବାସ୍ଥ୍ୟବିଭାଗ ସହ ସିଏମଙ୍କ ବଡ଼ ଆଲୋଚନା । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ହେବେ ସାମିଲ । ଝାଡ଼ାବାନ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ କେମିତି ଡାଇରିଆ ସ୍ଥିତିର ମୁକାବିଲା ହେବ ସେନେଇ ହୋଇପାରେ ବଡ଼ ନିଷ୍ପତ୍ତି ।


ରାଜ୍ୟରେ ଝାଡ଼ାବାନ୍ତିରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବା ବେଳେ ୧୧ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପାଣିରୁ ଡାଇରିଆ ବ୍ୟାପୁଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ଟିମ୍ ଜିଲ୍ଲା ଗୁଡ଼ିକରେ ଡେରା ପକାଇଛନ୍ତି । ଡାଇରିଆରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-ministers-high-level-meeting-today-to-combat-diarrhea-situation | Argus News