ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ
Key Points
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ଗସ୍ତ
ମେଡ଼ିକାଲ୍ କଲେଜର ଆସନ୍ତା କାଲି ଶୁଭ ଉଦଘାଟନ କରିବେ
ଚାରିଜଣ ଅତିରିକ୍ତ ଏସପିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ
ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। ଏଥିସହ ମେଡ଼ିକାଲ୍ କଲେଜର ଶୁଭ ଉଦଘାଟନ ସହ କରୋନସନ ପଡ଼ିଆରେ କନ୍ଧମାଳ ଜିଲ୍ଲାବାସୀଙ୍କୁ ଉଦବୋଧନ କରିବେ। ଆକାଶ ମାର୍ଗରେ ଓଡ଼ିଶାର ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। ଓଡ଼ିଶାରେ ଦୀର୍ଘ ଚବିଶ ବର୍ଷର ସରକାର ଭାଙ୍ଗିବା ପରେ, ପ୍ରଥମ ଥର ପାଇଁ ବିଜେପି ସରକାର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଏହା କନ୍ଧମାଳ ଜିଲ୍ଲାକୁ ପ୍ରଥମ ଗସ୍ତ। ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇଥିବା ମେଡ଼ିକାଲ୍ କଲେଜର ଆସନ୍ତା କାଲି ଶୁଭ ଉଦଘାଟନ କରିବେ । ଦିନ ୧୦ଟା ୩୦ରେ ହେଲିକପ୍ଟରରୁ ପୋଲିସ ପଡ଼ିଆରେ ଓହ୍ଲାଇବାର ସମୟ ଧାର୍ଯ୍ୟ କରାଯାଇଛି ।
ପରେ ରୋଡରେ ମେଡ଼ିକାଲ୍ କଲେଜ ଯାଇ ଉଦଘାଟନ କରିବା ସହ ଲିଫ୍ଟରେ ପ୍ରଥମ ମହଲା ଯିବେ ଓ ସମସ୍ତ କକ୍ଷ ବୁଲି ଦେଖିବା ସହ କଲେଜ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ପରେ ରୋଡରେ ଆସି କରୋନେସନ୍ ପଡ଼ିଆ ରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେବା ସହ ଜିଲ୍ଲାର ବୃହତ୍ତର ସ୍ବାର୍ଥ ପାଇଁ କିଛି ପ୍ୟାକେଜ ଘୋଷଣା କରିବେ। କନ୍ଧମାଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିବାରୁ ଜିଲ୍ଲାବାସୀ ବହୁତ୍ ଖୁସି ଅଛନ୍ତି। ଏଥିସହ ମେଡ଼ିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲେ ଆଉ ବ୍ରହ୍ମପୁର କି କଟକ ଭୁବନେଶ୍ବର ଯିବାକୁ ପଡିବ ନାହିଁ। ଜିଲ୍ଲାବାସୀ ସମସ୍ତ ସୁବିଧା ପାଇବେ। ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାରୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ଏସପି ନିଜେ ସମସ୍ତ କାର୍ଯ୍ୟ ତଦାରଖ କରିବେ। ଚାରିଜଣ ଅତିରିକ୍ତ ଏସପିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯେମିତି କୌଣସି ପ୍ରକାର ବିଶୃଙ୍ଖଳା ଦେଖା ନ ଯିବ ସେଥିପ୍ରତି ଜିଲ୍ଲା ପୋଲିସ ତତ୍ପର ଦେଖାଇବ ବୋଲି ଏସ୍ପି କହିଛନ୍ତି।