Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ

Odisha

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ

Ritu Das
Browse all articles by Ritu Das
·1 year ago·1 min read
ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନୂଆପଡ଼ା ଗସ୍ତ। ପ୍ରଥମ ଥର ନୂଆପଡ଼ା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ସ୍ଵତନ୍ତ୍ର ବିମାନ ଯୋଗେ ନୂଆପଡ଼ା ର ଗୋତମା ଏୟାରଷ୍ଟ୍ରିପରେ ପହଞ୍ଚିବେ। ଜିଲ୍ଲାର ତିନିଶହ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପରେ ନୂଆପଡ଼ା ସହରର ଗାୟତ୍ରୀ ମନ୍ଦିର ଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଆସି ନୂଆପଡ଼ା ସହର ମିନି ଷ୍ଟାଡିୟମରେ ଚାଲିଥିବା ମାରାଗୁଡ଼ା ଲୋକ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ।


ମୁଖ୍ୟମନ୍ତ୍ରୀ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।ସେହିପରି ସୁରକ୍ଷା ପାଇଁ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାର ବର୍ଷ ପରେ ଆରମ୍ଭ ହୋଇଥିବା ମାରାଗୁଡା ଲୋକ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଆସୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପରେ ନୂଆପଡ଼ା ସର୍କିଟ ହାଉସରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
chief-ministers-visit-to-nuapada-today | Argus News