Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Manoj Ahuja / ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଆଜି ସରୁଛି କାର୍ଯ୍ୟକାଳ

Rashmita Mishra
Browse all articles by Rashmita Mishra
·6 months ago·2 min read
ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜାଙ୍କର ଆଜି ସରୁଛି  କାର୍ଯ୍ୟକାଳ
Manoj Ahuja

Key Points

ଅବସର ନେବେ ମୁଖ୍ୟ ଶାସନ ସଚିବ । 
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଆଜି ସରୁଛି କାର୍ଯ୍ୟକାଳ । 
ଦେଢ ବର୍ଷ ଧରି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ । 

ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଆଜି ସରୁଛି ତାଙ୍କର କାର୍ଯ୍ୟକାଳ । ତାଙ୍କୁ ଲୋକସେବା ଭବନଠାରେ ବିଭିନ୍ନ ବିଭାଗର ସଚିବମାନେ ସମ୍ବର୍ଦ୍ଧନା ଦେଇଛନ୍ତି । ଦୀର୍ଘ ଦେଢ ବର୍ଷ ଧରି ଓଡିଶାର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ ମନୋଜ ଆହୁଜା ।

ଏହି ସମ୍ବର୍ଦ୍ଧନା ସଭାରେ ତାଙ୍କ ସହଧର୍ମିଣୀ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଅବସରକାଳୀନ ସଭାରେ ମନୋଜ ଆହୁଜା କହିଛନ୍ତି ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ ଏକ ଭଲ ଟିମ୍ ରହିଛନ୍ତି ।

ସମସ୍ତଙ୍କର ଜ୍ଞାନର ଗଭୀରତା, ଦକ୍ଷତା ଓ ଗୁଣାତ୍ମକତାକୁ ସେ ପ୍ରଶଂସା କରିଛନ୍ତି । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ । ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଆଜି ଦାୟିତ୍ଵ ନେବେ ।

ଏଥିସହ ପଢ଼ନ୍ତୁ: ସଙ୍ଗୀତ ଜଗତ ପାଇଁ ଖୁସି ଖବର: ଖୁବଶିଘ୍ର ଡିସଚାର୍ଜ ହେବେ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର

ସୂଚନାନୁଯାୟୀ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଥିଲା । ଜୁଲାଇ ୧ରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ମିଳିଥିଲା । ୨୦୧୭ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ମନୋଜ ଆହୁଜାଙ୍କର ମାତ୍ର ୬ ମାସ କାର୍ଯ୍ୟକାଳ ଥିବା ସତ୍ୱେ ତାଙ୍କୁ ଏହି ପଦ ମିଳିଥିଲା । ୨୦୨୪ରେ ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ମାତ୍ର ପୁଣି ଆହୁଜାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା ।

୩୪ ବର୍ଷର ଚାକିରି କାର୍ଯ୍ୟକାଳ ମଧ୍ୟରେ ମନୋଜ ଆହୁଜା ଜଣେ ଦକ୍ଷ ଅଧିକାରୀ । ବିଜେପି ସରକାରରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗାମୀ ଦିନରେ ମଧ୍ୟ ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆଦି ରହିଛି । ତେଣୁ ତାଙ୍କର ଭୂମିକା ଏଥିରେ ବେଶ ଗୁରୁତ୍ୱ ବହନ କରୁଛି । ମନୋଜ ଆହୁଜା ପଟିଆଲା ଥାପର ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ । ଏହା ସହିତ ଆମେରିକାର ଆବାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡିମିନିଷ୍ଟ୍ରେସନରେ ମାଷ୍ଟର୍ସ ମଧ୍ୟ କରିଛନ୍ତି ।

ସେପଟେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିବେ । ସେ ପ୍ରଥମ ମହିଳା ଆଇଏଏସ୍ ଭାବେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manoj Ahuja | Tenure of Chief Secretary Manoj Ahuja Comes to an End Today | Argus News