Videos
|
Odisha

କାମ କର ନ ହେଲେ ଦିଆଯିବ ବାଧ୍ୟତାମୂଳକ ଅବସର

Smruti Parija
Browse all articles by Smruti Parija
·1 year ago·2 min read
କାମ କର ନ ହେଲେ ଦିଆଯିବ ବାଧ୍ୟତାମୂଳକ ଅବସର

Key Points

ଅପାରଗ ଅଧିକାରୀଙ୍କ ମୁଣ୍ଡରେ ଆକ୍ସନ ଖଣ୍ଡା
କାମ କର ନ ହେଲେ ଦିଆଯିବ ବାଧ୍ୟତାମୂଳକ ଅବସର
ସଚିବ ସ୍ତରୀୟ ବୈଠକରେ ସିଧା ସିଧା ଶୁଣାଇଲେ ମୁଖ୍ୟ ଶାସନ ସଚିବ
କହିଲେ ଏଣିକି ଅଧିକାରୀଙ୍କୁ ଜଗିବାକୁ ସରକାରୀ ଅଫିସରେ ଲାଗିବ AI କ୍ୟାମେରା
ଫିଲ୍ଡ ଭିଜିଟ କରି ଦୁର୍ନୀତିର ମୂଳ କାରଣ ଖୋଜିବାକୁ ବି ଦେଲେ ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା ନୋଟ ର ତୁରନ୍ତ ଉତ୍ତର ଦେବାକୁ ନିର୍ଦ୍ଦେଶ

ବୋଲ ମାନୁ ନାହାନ୍ତି ବଡ଼ ବାବୁ । ଆକ୍ସନ ମୋଡ଼ରେ ବିଜେପି ସରକାର । କାମରେ ଅବହେଳା କରୁଥିବା ବା ଅପାରଗ ଅଧିକାରୀଙ୍କୁ ଆଗୁଆ ଅବସର ଦେବାକୁ ନିଷ୍ପତ୍ତି । ବ୍ୟବସ୍ଥାକୁ ସୁଦୃଢ, ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି ସରକାର । କିନ୍ତୁ ବାଧକ ସାଜିଛନ୍ତି କିଛି ବଡ଼ ବାବୁ । ନା କାମ କରୁଛନ୍ତି ନା କରେଇ ଦେଉଛନ୍ତି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି କରୁଛନ୍ତି ବେଖାତିର । ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ଚିଠି ଲେଖି ବିରକ୍ତି ପ୍ରକାଶ କରିଛନ୍ତି ।


ଚିଠିରେ କୁହାଯାଇଛି ଉଚ୍ଚ ଶିକ୍ଷା ବିଭାଗ କୁ ମାଗଣା UPSC କୋଚିଂ ର ରିପୋର୍ଟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଯାହାର ଡେଟ ଲାଇନ ଥିଲା 22 ମେ ହେଲେ ବାବୁ ଦେଲେନି ଉତ୍ତର । ସେହିଭଳି ମହାପୁରୁଷ ଆଦର୍ଶ ଗାଁ ଯୋଜନା ର ବିସ୍ତୃତ ତଥ୍ୟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଯାହାର ଡେଟ ଲାଇନ ଥିଲା ଜୁନ 6 ଏଥିରେ ବି ବାବୁ ଦେଲେନି ତଥ୍ୟ । ଏଭଳି ପ୍ରାୟ 30 ଟି ଭିନ୍ନ ଭିନ୍ନ ବିଭାଗ ର ବିଭିନ୍ନ ତଥ୍ୟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଯାହାକୁ ହେୟ ଜ୍ଞାନ କରିଛନ୍ତି ବଡ଼ ବାବୁ । ତେଣୁ ଏ ନେଇ ସଚିବ ସ୍ତରୀୟ ବୈଠକ ଡାକି ବଡ଼ ବାବୁ ମାନଙ୍କୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି କାମ ନ କଲେ ଆଗୁଆ ଅବସର ନେବାକୁ ପ୍ରସ୍ତୁତ ରହିବା ଲାଗି ମଧ୍ୟ ଶୁଣାଇଛନ୍ତି ଚରମ ବାଣୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡ଼କା ଯାଇଥିବା ସଚିବ ସ୍ତରୀୟ ବୈଠକରେ ୧୦ ଟି ଦିଗ ଉପରେ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ନିର୍ଦ୍ଦେଶ।


୧-ସବୁ ଅଫିସରେ ଲାଗିବ AI କ୍ୟାମେରା। ପ୍ରଥମେ ଭୁବନେଶ୍ବର ଓ ପରେ ଜିଲ୍ଳା ସ୍ତରରେ ଏହା ହେବ କାର୍ଯ୍ୟକାରୀ
୨- ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଅଫିସ ଆସିବା ଉପରେ ଗୁରୁତ୍ବ।
୩-ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ। ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ। ସୁଧାର ନ ଆସିଲେ ଆଗୁଆ ଅବସର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ।
୪- ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା ନୋଟସିଟ୍ ର ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ।
୫-ଦୁର୍ନୀତିର ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ। ଲୋକଙ୍କୁ ସେବା ପ୍ରଦାନରେ କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ।
୬- ଅକ୍ଟୋବରରୁ ଆରମ୍ଭ ହେବ CM ଡାସ ବୋର୍ଡ ।
୭- କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ କରିବେ ସମୀକ୍ଷା ।
୮-ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ
୯-ଅଫିସର ମାନେ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଧେଶ
୧୦-Enforcement ଉପରେ ସରକାରଂକ ଗୁରୁତ୍ଵ


ଅପାରଗ ବାବୁଙ୍କୁ ସରକାରୀ ଆକ୍ସନ ଉପରେ କଂଗ୍ରେସ କହିଛି ଅପାରଗ ଆଳରେ ବୋଲ ମାନୁ ନ ଥିବା ଅଫିସରଙ୍କୁ ଜାଣିଶୁଣି ନିଶାନା କରିବାକୁ ହୋଇଛି ଯୋଜନା.. ତେବେ ବିଜେଡି ସରକାରଙ୍କ ଏ ପଦକ୍ଷେପକୁ ସ୍ବାଗତ କରିଛି

chief-secretary-of-odisha-directly-announced-that-compulsory-retirement-will-be-given-argus-news | Argus News