Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିକିଟି ମଦ ମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

Odisha

ଚିକିଟି ମଦ ମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

Smruti Parija
Browse all articles by Smruti Parija
·1 year ago·1 min read
ଚିକିଟି ମଦ ମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

ବ୍ରହ୍ମପୁର:  ବିଷାକ୍ତ ମଦ ନେଲା ଆଉ ଏକ ଜୀବନ । ବ୍ରହ୍ମପୁର ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏମ୍‌କେସିଜି ICUରେ ଚିକିତ୍ସାଧୀନ ଅବସ୍ଥାରେ ହରାଇଛନ୍ତି ଜୀବନ । ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ୪ MKCGରେ ଚିକିତ୍ସାଧୀନ ଅଛନ୍ତି । 

 ସାରା ଓଡ଼ିଶାରେ ବିଜେଡି ସରକାରବେଳେ ବେଆଇନ ମଦ କାରବାର ବଢିଥିଲା । ଏବେ ମୋହନ ସରକାର ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବା ନିର୍ଦ୍ଦେଶ ପରେ ସବୁଠି ଅବକାରୀ ବିଭାଗ ପକ୍ଷରୁ ଚାଲିଛି ରେଡ୍ । ଚିକିଟି ବିଷାକ୍ତ ମଦମୃତ୍ୟୁ ଘଟଣାରେ ଫେରାର ଅଭିଯୁକ୍ତ ରାଜେନ୍ଦ୍ର ସାହୁ ଓରଫ ଜୁରିଆ ଗିରଫ ହୋଇଛି । ଯାହାକୁ ମିଶାଇ ଗିରଫ ସଂଖ୍ୟା 8କୁ ବୃଦ୍ଧି ପାଇଛି । ପୂର୍ଵରୁ ଗିରଫଙ୍କ ମଧ୍ୟରେ ଜୁରିଆର ପତ୍ନୀ ନିର୍ମଳା ସାହୁ ଗିରଫ ହୋଇଥିବା ସୂଚନା ରହିଛି । 

କେବଳ ଚିକିଟି ନୁହେଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ଚାଲିଛି ଚଢାଉ । ଆନନ୍ଦପୁର, ବାଲେଶ୍ବର, ଆଠଗଡ଼, ଭୁବନେଶ୍ବର, ଟିଟିଲାଗଡ଼, କୃଷ୍ଣପ୍ରସାଦ ଆଦି ସ୍ଥାନରେ ରେଡ୍ ଜାରି ରଖିଛି । ବର୍ଷେ ଭିତରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chikiti-liquor-death-case-death-troll-rises-to-three | Argus News