Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯେତିକି ଭୋଟ୍‌ରେ ଜିତିଲେ, ସେତିକି ନଡ଼ିଆ ଭାଙ୍ଗିଲେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଯେତିକି ଭୋଟ୍‌ରେ ଜିତିଲେ, ସେତିକି ନଡ଼ିଆ ଭାଙ୍ଗିଲେ

ଅର୍ଗସ ବ୍ୟୁରୋ : ମନ୍ତ୍ର ଉଚ୍ଚାରଣରେ ମନ୍ଦିର କମ୍ପୁଛି, ନନାଙ୍କ ନଡିଆ ଭଙ୍ଗା ଶବ୍ଦ ମନକୁ ଆନମନା କରୁଛି । ଗଦାଗଦା ନଡ଼ିଆ କୁଢାଯାଇଛି । ଗୋଟିଏ ପରେ ଗୋଟିଏ ନଡ଼଼ିଆ ଭଙ୍ଗା ବି ଯାଉଛି । ଏ ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ହଠାତ୍‌ ଏତେ ପରିମାଣରେ କିଏ ଓ କେଉଁ କାରଣ ଲାଗି ନଡିଆ ଭାଙ୍ଗିଲା ? ବୋଧହୁଏ ଘଟଗାଁ ତାରିଣୀ ମନ୍ଦିର ଏଇଟା । ସେଇଥି ଲାଗି ଏତେ ମାତ୍ରାରେ ନଡ଼ିଆ ଭଙ୍ଗା ଯାଉଛି । ଦର୍ଶକବନ୍ଧୁ ନଡ଼ିଆ ଭଙ୍ଗା କାହାଣୀ ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଇଏ ଏମିତି ସେମିତି ନଡିଆ ନୁହେଁ ବରଂ ମାନସିକ ନଡିଆ ଏଠାରେ ଭଙ୍ଗା ଚାଲିଛି । 

ଚିକିଟି ବିଧାୟକଙ୍କ ନିଆରା ପୂଜା । ଯେତିକି ଭୋଟରେ ବିଜୟୀ ହୋଇଥିଲେ ମାନସିକ ପୂରଣ ହେବା ପରେ ସେତିକି ନଡ଼ିଆ ଭାଙ୍ଗିଲେ । ପାଖାପାଖି ୬୫୨୨ ନଡ଼ିଆ ଭାଙ୍ଗିଛନ୍ତି ଚିକିଟି ବିଧାୟକ । ଗଞ୍ଜାମ ପାତ୍ରପୁରସ୍ଥିତ ମା’ କୁଠାରୀଙ୍କ ପୀଠରେ ଗତକାଲି ନିଆରା ମାନସିକ ପୂରଣ କରାଯିବା ଆବସରରେ ଏଇ ନଡ଼ିଆ ଭଙ୍ଗା ଯାଇଛି । ଗତ ସାଧାରଣ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ବିଜୟ ପାଇଁ ଜଣେ ସମର୍ଥକ ମାନସିକ ରଖିଥିଲେ, ମାଆଙ୍କୁ କହିଥିଲେ ବିଜେଡି ପ୍ରାର୍ଥୀଙ୍କଠାରୁ ଯେତିକି ଭୋଟ୍‌ରେ ବିଜୟ ହେବେ ସେତିକି ନଡ଼ିଆ ଭାଙ୍ଗିବେ । ବାସ୍‌ ନିର୍ବାଚନ ଫଳାଫଳ ବାହରିବା ପରେ ମନୋରଞ୍ଜନ ବିଜେଡି ପ୍ରାର୍ଥୀଙ୍କୁ ୬,୫୨୨ ଖଣ୍ଡ ଭୋଟରେ ପରାସ୍ତ କରିଥିବା ନେଇ ଜଣାପଡିଥିଲା । ସେଇଥି ଲାଗି ସମାନ ସଂଖ୍ୟାରେ ନଡ଼ିଆ ପିଟାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମାନସିକ ପୂରଣ ହୋଇଥିବାରୁ ମଙ୍ଗଳବାର ମା’ କୁଠାରୀଙ୍କ ନିକଟରେ ୬୫୨୨ଟି ନଡ଼ିଆ ଭଙ୍ଗାଯାଇଛି । ବିଧାୟକ ଦ୍ୟାନ ସାମନ୍ତରା ମା’ଙ୍କ ମନ୍ଦିରରେ ପହଞ୍ଚି ଦୀପ ଲଗାଇବା ପରେ ପ୍ରଥମେ ନଡ଼ିଆ ଭାଙ୍ଗିଥିଲେ । ପରେ ଅଞ୍ଚଳର ବହୁ ଯୁବକ ମିଶି ସମସ୍ତ ନଡ଼ିଆ ଭାଙ୍ଗିଥିଲେ। ମନ୍ଦିରରେ ବିଧାୟକଙ୍କ ସ୍ତ୍ରୀ ମୀନା ଦ୍ୟାନ ସାମନ୍ତରା, ପାତ୍ରପୁର ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ଯୁବନେତା କାଳିଦାସ ରେଡ୍ଡୀ, ନାରୀନେତ୍ରୀ ଲଳିତା ପ୍ରଧାନ, ବାଦଲ ପ୍ରଧାନ, କିରଣ ଅଧିକାରୀ, ଅଲେଖ କନ୍ୟାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ବ୍ରହ୍ମପୁରରୁ ପୀତାମ୍ବର ନାହାକଙ୍କ ରିପୋର୍ଟ)

Sponsored
Chikiti MLA | Argus News