Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lice Death / ମୁଣ୍ଡରେ ଉକୁଣୀ ପାଇଁ ଚାଲିଗଲା କୁନି ଝିଅର ଜୀବନ

Rashmita Mishra
Browse all articles by Rashmita Mishra
·5 months ago·2 min read
ମୁଣ୍ଡରେ ଉକୁଣୀ ପାଇଁ ଚାଲିଗଲା କୁନି ଝିଅର ଜୀବନ
Lice Death

Key Points

ଉକୁଣୀ ନେଇଗଲା ୧୨ ଝିଅର ଜୀବନ ।
ମୁଣ୍ଡରେ ଉକୁଣୀ ପାଇଁ ଚାଲିଗଲା କୁନି ଝିଅର ଜୀବନ । 

ଛୋଟ ଝିଅର ମୁଣ୍ଡକୁ ଖୋଳ କରିଦେଲେ ଲକ୍ଷ ଲକ୍ଷ ଉକୁଣୀ । ଖପୁରୀ ତାଡ଼ି ମୁଣ୍ଡ ଭିତରେ ପଶି ମସ୍ତିଷ୍କକୁ ଖାଇ ଗଲେ । ନାକ ଓ କାନ ବାଟ ଦେଇ ବାହାରୁଥିଲେ ଉକୁଣୀ । ମୁହଁରୁ ବାହାରୁଥିଲା ପୁଳା ପୁଳା ରକ୍ତ । ଯନ୍ତ୍ରଣାରେ ଛଟପଟ ହେଉଥିଲା ଝିଅଟି କିନ୍ତୁ ଘର ଲୋକ ଜାଣି ପାରିଲେ ନାହିଁ ।

ସେ ଦୃଶ୍ୟକୁ ଦେଖିଲେ ଲୋମ ଟାଙ୍କୁରି ହୋଇଯିବ ଭୃ କୁଞ୍ଚନ ହେବ । କାରଣ ମୁଣ୍ଡରେ ଲକ୍ଷ ଲକ୍ଷ ଉକୁଣୀ ଘର କରିଛନ୍ତି। ମୁଣ୍ଡର ଶକ୍ତ ଖପୁରୀକୁ କଣା କରି ଖାଇ ଯାଇଛନ୍ତି କୁନି ଝିଅର ମସ୍ତିଷ୍କ । ଆଖି, କାନ, ନାକ, ପଟେରେ ବାହାରୁଛନ୍ତି ଉକୁଣୀ । ଏମିତି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହିରେ । ଉକୁଣୀ ପାଇଁ କୁନି ଝିଅର ଜୀବନ ଆଜି ଚାଲି ଯାଇଛି । ମୁଣ୍ଡରେ ଉକୁଣୀ ପୁରା ମୁଣ୍ଡକୁ ଖୋଳ କରି ଖାଇ ପକାଇଛନ୍ତି । କଷ୍ଟ ଯନ୍ତ୍ରଣା ପାଇଁ ଆରପାରିକୁ ଚାଲି ଯାଇଛି ଝିଅଟି ।

ମୁଣ୍ଡରେ ଲକ୍ଷ ଲକ୍ଷ ଉକୁଣୀ ସାଲୁବାଲୁ ହେଉଛନ୍ତି । ମୁଣ୍ଡକୁ କଣା କରି ମସ୍ତିଷ୍କ ଭିତରେ ପଶି ଯାଇଛନ୍ତି ଉକୁଣୀ । କାନ ନାକ ପଟରୁ ବି ବାହାରକୁ ବାହାରୁଛନ୍ତି । ମୁହଁରୁ ରକ୍ତ ବାନ୍ତି କରୁଛି ୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ।

ସୂଚନା ମୁତାବକ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା। ମା' ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ । ହେଲେ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ । ଏହାରି ଭିତରେ ଉକୁଣୀ ଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ। ମୁଣ୍ଡ ଭିତରେ ପଶିଯାଇଥିଲେ ଉକୁଣୀ ।

ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବି ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକେ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା। ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଛି।

ସବୁଠାରୁ ବଡ଼ କଥା ହେଉଛି ଯଦି ଘର ଲୋକ ଜାଣି ପାରିଲେ ନାହିଁ ତାହାଲେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କଣ କରୁଥିଲେ। ଝିଅଟି କ'ଣ ପାଇଁ ମୁଣ୍ଡରେ ଓଢ଼ଣୀ ପକାଇ ଆଶୁଛି କ'ଣ ପାଇଁ ସ୍କୁଲ ବନ୍ଦ କରୁଛି ଜାଣି ପାରିଲେ ନାହିଁ କେମିତି । ଆଜି ଘର ଲୋକ ଏବଂ ସ୍କୁଲର ଅବହେଳା ପାଇଁ ଝିଅଟିର ଜୀବନ ଚାଲି ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lice Death | Head Lice Claim Young Girl’s Life in Odisha | Shocking Incident | Argus News