Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୁସିଆର୍ ! ମାତିଛନ୍ତି ପିଲାଚୋର

Odisha

ହୁସିଆର୍ ! ମାତିଛନ୍ତି ପିଲାଚୋର

Manini Pattanayak
Browse all articles by Manini Pattanayak
·2 years ago·1 min read
ହୁସିଆର୍ ! ମାତିଛନ୍ତି ପିଲାଚୋର

ପୁରୀ: ହୁସିଆର୍। ଚୋରି ହେଉଛନ୍ତି ପିଲା। ପୁରୀ ଜିଲ୍ଲାରେ ମାତିଛନ୍ତି ପିଲାଚୋର ରାକେଟ୍।  ପୁରୀ ସହର ସମେତ ସଦର ଅଞ୍ଚଳରୁ ତିନିଜଣ ସନ୍ଦିଗ୍ଧଙ୍କୁ ଲୋକମାନେ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି।  ଜଣ ସନ୍ଦିଗ୍ଧକୁ  ପିଲା ଚୋରି କରିବାକୁ ଆସିଥିଲା  ବୋଲି ମାନି ସାରିଛି।  ପିଲାଚୋରୀ କରି  ଫେରାରହେଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ କେଉଁଠୁ ଆସୁଛନ୍ତି ସେନେଇ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ସୂଚନା ନାହିଁ।   ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତି ପିଲାଚୋରୀ କରୁଥିବା ସନ୍ଦେହ କରି ତାକୁ ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଇଛନ୍ତି। ଅନ୍ୟପଟେ  ସନ୍ଦିଗ୍ଧଙ୍କୁ ଅଟକ ରଖିଛନ୍ତି। ତେବେ ଜିଲ୍ଲାରେ ଏକ ପିଲାଚୋରୀ ଗ୍ୟାଙ୍ଗ କାମ କରୁଛି ଓ ସନ୍ଦିଗ୍ଧ ମାନେ ବାଲାଂଦେଶୀ ବୋଲି ଅନୁମାନ କରାଯାଉଛି।  ତେବେ ଗୋଟିଏ ଦିନରେ ପୁରୀ ସହର ଓ ସଦରରୁ ତିନିତିନି ଜଣ ପିଲାଚୋରଙ୍କୁ ଲୋକମାନେ କାବୁ କରିବା ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏମାନେ ଜିଲ୍ଲାରେ ଆଉ କେଉଁ କେଉଁ ଅଞ୍ଚଳରେ ସକ୍ରିୟ ରହିଛନ୍ତି,, ତାହା ପୋଲିସ ପ୍ରଶାସନ ଅନୁସନ୍ଧାନ କରିବାକୁ ସାଧାରଣରେ ଦାବି ହୋଇଛି।  ପିଲାଚୋରୀ ଘଟଣାକୁ ନେଇ ଏସପି ପିନାକ ମିଶ୍ର  କହିଛନ୍ତି କିଛି ଏଭଳି ଘଟଣା ଆମ ନଜରକୁ ଆସିନି ଏହା  ଗୁଜବ ବୋଲି କହିଛନ୍ତି  ଏସପି।  ହେଲେ ଅନ୍ୟପଟେ ଖୋଦ୍‌ ପିଲା ଚୋରି କରିବାକୁ ଆସିଥିବା ସନ୍ଦିଗ୍ଧ କହୁଛି ମୁଁ ପିଲା ଚୋର ବୋଲି। ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନବାଚୀ।  ପୁରୀରେ  ଅସୁରକ୍ଷିତ ଛୋଟ ଛୋଟ ପିଲା ।  ଖେଳି ବୁଲିବାକୁ ଗଲେ ମଧ୍ୟ ବାପା ମାଙ୍କ ଛାତିରେ ଛନକା ପଶୁଛି କାଳେ ମୋର ଛୁଆ କିଏ ନେଇ ଯିବକି.. ?  ପିଲା ଚୋର ଆତଙ୍କ ରେ ଆତଙ୍କିତ ପୁରୀ ବାସୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Child theft racket busted in Puri district. | Argus News