Videos
|
Odisha

ଟିଟିଲାଗଡରେ ଶିଶୁ ବିକ୍ରି ଘଟଣା: ପାଇକମାଲରୁ ଉଦ୍ଧାର ହେଲା ଶିଶୁ କନ୍ୟା

Rashmita Mishra
Browse all articles by Rashmita Mishra
·1 year ago·1 min read
 ଟିଟିଲାଗଡରେ ଶିଶୁ ବିକ୍ରି ଘଟଣା: ପାଇକମାଲରୁ ଉଦ୍ଧାର ହେଲା ଶିଶୁ କନ୍ୟା

Key Points

ଟିଟିଲାଗଡରେ ଶିଶୁ ବିକ୍ରି ଘଟଣା

ପାଇକମାଲରୁ ଉଦ୍ଧାର ହେଲା ଶିଶୁ କନ୍ୟା

ଉଦ୍ଧାର ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ କରାଯାଇଛି ଭର୍ତ୍ତି

ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି l ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଟିଟିଲାଗଡ଼ ବ୍ଲକର ବାଗଡେର ଗଁାର ଏକ ଅଭାବୀ ଦମ୍ପତି ନିଜ ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ଅନ୍ୟ ଏକ ଦମ୍ପତିଙ୍କ ହାତକୁ ଟେକିଦେଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ଚାଇଲ୍ଡ ଲାଇନର ଏକ ଚାରି ଜଣିଆ ଟିମ୍‌ ଟିଟିଲାଗଡ଼ ଗସ୍ତ କରି ସମ୍ପୃକ୍ତ ଶିଶୁକନ୍ୟାର ବାପାଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବାଗଡେର ଗାଁର ଜଣେ ବ୍ୟକ୍ତିଙ୍କ ପୂର୍ବରୁ ଏକ ଝିଅ ଥିଲା। ନିକଟରେ ତାଙ୍କ ସ୍ତ୍ରୀ ଟିଟିଲାଗଡ଼ ହସ୍ପିଟାଲରେ ପୁଣି ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମହିଳା ଜଣକ ଘରକୁ ଆସିବାର କିଛିଦିନ ପରେ ବରଗଡ଼ ଜିଲା ପଦ୍ମପୁର ସବ୍‌ଡିଭିଜନ ଅଧୀନ ପାଇକମାଳ ଗଁାର ସମ୍ପୃକ୍ତ ଦମ୍ପତିଙ୍କ ସହ କଥାବାର୍ତ୍ତା କରି ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ବିକ୍ରି କରିଥିବାନେଇ ଶିଶୁକନ୍ୟାର ମା’ବାପା ଏହାକୁ ସ୍ବୀକାର ମଧ୍ୟ କରିଛନ୍ତି। ଏହି ଦମ୍ପତି ଗରିବ ଶ୍ରେଣୀର ହୋଇଥିବାରୁ ଅଧିକାଂଶ ସମୟ ଦାଦନ ଖଟିବାକୁ ଯାଇଥାନ୍ତି। ସରକାର ଗରିବ ଲୋକଙ୍କ ପାଇଁ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏହାର ସୁଫଳ ପାଇବାରୁ ଉକ୍ତ ଦମ୍ପତିଙ୍କ ପରିବାର ବଞ୍ଚତ୍ତ ହୋଇଛନ୍ତି। ଭଙ୍ଗାଦଦରା ଘରେ ଅତି ଦୟନୀୟ ଭାବେ ଦିନ କାଟୁଥିବରୁ ଅଭାବରେ ନିଜ ଝିଅକୁ ବିକ୍ରି କରିବାକୁ ପଛାଇ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
child-trafficking-incident-in-titilagarh-baby-girl-rescued-from-traffickers | Argus News