Midday Meal / ଗଣଶିକ୍ଷା ବିଭାଗର ତାଗିଦ୍, ଏଥିରେ ଯେମିତି ଖରାପ ପ୍ରଚାର ନହୁଏ !

Key Points
ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳ ଦିଅ । ଏମିତି କିଛି କହି ତାଗିଦ କରିଛି ଗଣ ଶିକ୍ଷା ବିଭାଗ । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏଭଳି ଚିଠି ଲେଖି ତାଗିଦ କରିଛି ଗଣଶିକ୍ଷା ବିଭାଗ । PM ପୋଷଣ ଓ MMPY ସ୍କିମ୍ରେ, ପିଲାମାନେ ଅଣ୍ଡା ଖାଉ ନଥିଲେ, ଫଳ ଦେବାକୁ ନିର୍ଦ୍ଦେଶ ରହିଛି । ତେଣୁ ଏହାକୁ ଯଥା ସମ୍ଭବ ପାଳନ କରାଯାଉ ବୋଲି ଗଣଶିକ୍ଷା ବିଭାଗ କହିଛି ।
ଯେଉଁ ଦିନ ଅଣ୍ଡା ଦିଆଯାଉଛି, ସେଇଦିନ ଯଦି କେହି ଅଣ୍ଡା ଖାଏ ନାହିଁ କିମ୍ବା କୌଣସି ପିଲା ଯଦି ଅମିଷ ଖାଉନଥାଏ, ତେବେ ତାଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯାଉ । ଏଥିରେ ଯେମିତି କିଛି ବ୍ୟତିକ୍ରମ ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଏହାସହ ଏନେଇ କୌଣସି ସମସ୍ୟା କିମ୍ବା ଅପପ୍ରଚାର ହେବାକୁ ନଦେବା ପାଇଁ ମଧ୍ୟ ପରାମର୍ଶ ରହିଛି ।
ଏହାସହ ପଢ଼ନ୍ତୁ:- ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ଗତ ଅଗଷ୍ଟ ମାସରେ ସ୍କୁଲରେ ନିରାମିଷ ପିଲାଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ ବୋଲି କୁହାଯାଇଥିଲା । ତେଣୁ ଏହି କଥା ପ୍ରଚାର ହେବା ପରେ ସମସ୍ତଙ୍କ ମନରେ ଖୁସିର ଲହରି ଖେଳିଥିଲା । ଶିଶୁ ବାଟିକାରୁ ଦଶମ ଯାଏଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଫଳ ମିଳିବ ବୋଲି କୁହାଯାଇଥିଲା ।
ଏଥିସହ ପଢ଼ନ୍ତୁ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ
ଏନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ନିଷତ୍ତି ନିଆଯାଇଥିଲା । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ। ସପ୍ତାହକୁ ୩ ଥର ସୋମବାର, ବୁଧବାର, ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ ବୋଲି କୁହାଯାଇଥିଲା ।
ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !
ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ ।
📱 Get Argus News App
✨Related Topics
Explore more stories